ମିଥୁନରାଶି:-
MAHAVEER ASTROLOGY:
2023 ମସିହା ଇଂରାଜୀ ନବବର୍ଷରେ କେମିତି କଟିବ ମିଥୁନ ରାଶିର ଜନ୍ମିତ ସମସ୍ତ ବ୍ଯକ୍ତିଙ୍କର, କଣ କହୁଛି ସେମାନଙ୍କର ଗ୍ରହ ନକ୍ଷତ୍ର ଓ ସେମାନଙ୍କର ଗୋଚର ଫଳ ଆସନ୍ତୁ ଜାଣିବା……
୨୦୨୩ ମସିହା ଇଂରାଜୀ ନବବର୍ଷରେ କେମିତି କଟିବ ମିଥୁନ ରାଶିର ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର….
ନୂଆ ବର୍ଷ ଅର୍ଥାତ୍ ନୂଆ ନୂଆ ଯୋଜନା ନୂଆ ନୂଆ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ନୂଆ ବର୍ଷରେ ନିଜର କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ ମିଥୁନରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ……
ଏବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୩ ମସିହା ଜାନୁୟାରୀ୧୭ ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।
ମିଥୁନରାଶିର ଜନ୍ମିତ ବ୍ଯକ୍ତିମାନଙ୍କ ପାଇଁ ୨୦୨୩ ମସିହାରେ ଗ୍ରହରାଜ ଶନିଶ୍ଚର ଭାଗ୍ୟଭାବରେ, ଗୁରୁ କର୍ମଭାବରୁ ଅପ୍ରେଲ ମାସପରେ ଆୟଭାବକୁ ଓ ରାହୁଆୟଭାବରେ ଅବସ୍ଥାନ କରିବେ ଯାହାଫଳରେ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତ ହେବ । କ୍ୟାରିୟର, ଆର୍ଥିକ, ରାଜନୀତି, ପାରିବାରିକ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଶୁଭାଶୁଭ ମିଶ୍ରିତଫଳ ପ୍ରାପ୍ତ ହେବସହ ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଉଚ୍ଚଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ । କର୍ମରେ ଉନ୍ନତି ସହିତ ଯଶ, ମାନକୁ ଅଧିକ ମହତ୍ତ୍ୱ ଦେଇ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ କିଛିମାତ୍ରାରେ କଷ୍ଟ ହେବ ।
କ୍ୟାରିୟରରେ କିଛି ପରିବର୍ତ୍ତନ ହୋଇପାରେ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ, କିନ୍ତୁ ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହିବା ଆବଶ୍ୟକ । ବୈବାହିକ ଜୀବନରେ ଓ ପ୍ରେମ ସମ୍ପର୍କରେ କିଛି ସମସ୍ୟା ଦେଖାଦେଇ ପାରେ । ଜାନୁୟାରୀ ଠାରୁ ଏପ୍ରିଲ ମାସ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡିବ । ଏପ୍ରିଲମାସ ପରେ ସମସ୍ତ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ ଓ ବ୍ୟବସାୟରେ ନୂତନ ଅଂଶୀଦାରମାନଙ୍କ ଯୋଗଦାନର ମଧ୍ୟ ସମ୍ଭାବନା ଅଛି । ସମସ୍ତ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । ରାଜନୀତି ସହ ଜଡିତ ଲୋକମାନେ ଉଚ୍ଚ ପଦପଦବୀ ପାଇପାରିବେ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ ।
ପରିବାରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ । ପ୍ରେମ ସମ୍ପର୍କରେ କୁ ଭାବନା ଭାବନା ସୃଷ୍ଟି ହବ । ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ସମ୍ମାନିତ ହେବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ସ୍ୱାସ୍ଥ୍ୟ ସାମସ୍ୟା ଦୂରେଇ ଯାଇ ଶରୀର ସୁସ୍ଥ ହେବ ।
ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ନିର୍ବାଚନ କ୍ଷେତ୍ରରେ ସଫଳ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଶୁଭଫଳ ପାଇବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ ।
ଏ ବର୍ଷ ମାଆଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ମାନସିକ ଚିନ୍ତା ଲାଗିରହିବ । ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ସେଥିପାଇଁ ଅଧିକ ପରିଶ୍ରମ କରିବା ସହିତ ଅନ୍ୟଥା ଚିନ୍ତା ନ କରିବା ଉଚିତ୍ ।
ପ୍ରତିକାର-
୧- ପ୍ରତ୍ୟେକ ଶନିବାର ପାଣିରେ କିଛି ଗୋଟାଲୁଣ ଓ କିଛି ଗୋମୂତ୍ର ପକାଇ ଘରକୁ ପୋଛନ୍ତୁ ଏବଂ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ । ୨-ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ହଳଦୀ ପାଣିଦେଇ ପ୍ରଣାମ କରନ୍ତୁ।
୩-କଉଡି ଗୋଟିଏ ପାଖରେ ରଖନ୍ତୁ। ୪- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ମିଠା ରୁଟି କିମ୍ବା ମିଠା ବିସ୍କୁଟ ଖାଇବାକୁ ଦିଅନ୍ତୁ।
୫-ବୁଧବାର ଦିନ କିନ୍ନରଙ୍କୁ କିଛି ଦାନ ଦିଅନ୍ତୁ ।
Mahaveer Astrology
Pandit Nirakar Biswal
Plot No - MA 57,
GGP Colony,
Rasulgarh,
Bhubaneswar 25,
Odisha,
Mob no 7978654981
9438804434
No comments:
Post a Comment