Follow us on Facebook

Responsive Ads Here

Tuesday, December 27, 2022

Leo Horoscope 2023. Is 2023 Important for you. Singha rashi phala Check it.

 

ସିଂହରାଶି:-



2023 ମସିହା ଇଂରାଜୀ ନବବର୍ଷ କେମିତି କଟିବ ସିଂହ ରାଶିର ସମସ୍ତ ଜନ୍ମିତ ବ୍ଯକ୍ତିମାନ ଙ୍କର। କଣ କହୁଛି ସେମାନଙ୍କର ଗ୍ରହ ନକ୍ଷତ୍ର। 

କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ।ନୂଆ ନୂଆ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ନୂୂଆ ବର୍ଷରେ ନୂଆ ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି କଟିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ ସିଂହରାଶିର ଗୋଚର ଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ସିଂହରାଶିର ଜାତ ବ୍ଯକ୍ତିଙ୍କ  ପାଇଁ ୨୦୨୩ ମସିହାରେ ସ୍ୱାସ୍ଥ୍ୟ, କ୍ୟାରିୟର, ରାଜନୀତି, ଦାମ୍ପତ୍ୟ ଓ ପାରିବାରିକ କ୍ଷେତ୍ରରେ ସାମାନ୍ୟ ଉତ୍ଥାନ ପତନ ପରିସ୍ଥିତି ଦେଖା ଦେଇପାରେ । ବର୍ଷ ଆରମ୍ଭରେ ଗ୍ରହରାଜ ଶନିଶ୍ଚର ବ୍ୟବସାୟ ବା ଜାୟାଭାବରେ ରାହୁ ଭାଗ୍ୟ ଭାବରେ ଓ ଗୁରୁ ନିଧନ ଭାବରେ ରହିବା ଫଳରେ ନକାରାତ୍ମକ ଫଳ ମିଳିବ । କିନ୍ତୁ ଅପ୍ରେଲ ୨୧ତାରିଖରେ ଗୁରୁ ଭାଗ୍ୟ ଭାବରେ ରହିବା ଫଳରେ ସକାରାତ୍ମକ ଫଳ ମିଳିବ । କେତେଗୁଡିଏ ମହତ୍ଵପୂର୍ଣ୍ଣ କାର୍ଯ୍ୟର ପରିବର୍ତନ ହୋଇ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିଭା ପ୍ରଦର୍ଶନ ଜନିତ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବା ସହ ଅଟକି ଥିବା କାର୍ଯ୍ୟ ପୂରଣ କରି ପାରିବେ । କର୍ମକ୍ଷେତ୍ରରେ ପଦ ପଦବୀ ମିଳିବା ସହ ସ୍ଥାନ ପରିବର୍ତ୍ତନ ହେବାର ଯୋଗ ମଧ୍ୟ ରହିଛି ।

ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଚାକିରୀ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ସର୍ବୋତ୍ତମ ସମୟ । ନୂତନ ଆୟର ଉତ୍ସ ଦେଖାଦେବାସହ ବ୍ୟାଙ୍କର ବିଭିନ୍ନ ଯୋଜନାରେ ଟଙ୍କା ବିନିଯୋଗ କରି ପାରିବେ । ସନ୍ତାନଙ୍କ ଯୋଗେ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ବାଦବିବାଦର ସମାଧାନ ହୋଇ ପରିବାରରେ ପାରସ୍ପରିକ ସମ୍ପର୍କ ବହୁତ ଭଲ ରହିବ । ପିଲାମାନଙ୍କ ସହିତ ଭଲରେ ସମୟ ବିତାଇବାକୁ ଚେଷ୍ଟା କରିବେ । ଯେଉଁମାନଙ୍କର ଘର ନାହିଁ, ସେମାନଙ୍କର ସ୍ୱପ୍ନ ସାକାର ହୋଇପାରେ । କମ୍ ଅର୍ଥ ଖର୍ଚ୍ଚ କରି ମୂଲ୍ୟବାନ ଜିନିଷ କିଣିବାରେ ସକ୍ଷମ ହେବେ, ନୂତନ ସମ୍ପତ୍ତି କିଣି ପାରିବେ ଓ ମହଙ୍ଗା ଯାନମଧ୍ୟ କିଣି ପାରିବେ । ନୂତନ ଘର କିଣିବାର କଳ୍ପନା କରିଲେ ବାପାମାଆ ଭାଇମାନଙ୍କ ସମର୍ଥନ ପାଇବେ ।

ରାଜନୀତି କ୍ଷେତ୍ରରେ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ବିବେକାନୁମୋଦିତ ଚିନ୍ତାଧାରା ସାଙ୍ଗକୁ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । ବ୍ୟବସାୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କଲେ ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବିଦେଶରେ ରହି ବ୍ୟବସାୟ କରୁଥିବା

ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । କାରଣ ବକ୍ରୀମଙ୍ଗଳ ମାର୍ଚ୍ଚମାସ ପର୍ଯ୍ୟନ୍ତ ଦଶମ ଭାବରେ ବା କ୍ୟାରିୟର ଭାବରେ ଯୁକ୍ତ ହୋଇ ରହିବା ସମୟରେ କର୍ମକ୍ଷେତ୍ରରେ ଉନ୍ନତି ହେବ । ମଙ୍ଗଳ ଗ୍ରହ ଆପଣଙ୍କ ଜୀବନକୁ ମଙ୍ଗଳମୟ କରିବେ । ଆପଣଙ୍କୁ ଅନେକ ଶୁଭଫଳ ମିଳିବାର ସୁଯୋଗ ଆସିବ । ବର୍ଷ ଆରମ୍ଭରେ ପ୍ରେମ କ୍ଷେତ୍ରରେ ସୁଧାର ହେବ । ଜୀବନସାଥିଙ୍କ ସହିତ ସମ୍ପର୍କ ମଜବୁତ ହେବ । ପରିବାର ସଦସ୍ୟଙ୍କର ସାହାଯ୍ୟ ସହଯୋଗ ମଧ୍ୟ ମିଳିବ । ଏହି ବର୍ଷ ଆର୍ଥିକ ସ୍ଥିତି ଭଲ ରହିବ । ଘର ଖର୍ଚ୍ଚ ବା ଆବଶ୍ୟକ ଜିନିଷ ପୂରଣ କରିବା ପାଇଁ ବିଦେଶରୁ ଧନ ଆଗମନ ହେବାର ସମ୍ଭାବନା ଅଛି । ରବି ଗ୍ରହଙ୍କ ଗୋଚର ହେତୁ ଅଚାନକ ଭାବରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି ।

ଯାହାକି ଆର୍ଥିକ ସ୍ଥିତି ମଜବୁତ ହେବ । ଗୁରୁ ଗ୍ରହଙ୍କ ଗୋଚର ହେତୁ ଗୃହରେ ମାଙ୍ଗଳିକ ବା ଧାର୍ମିକ କାର୍ଯ୍ୟ ମଧ୍ୟ ଆୟୋଜନ କରିପାରିବେ । ଆର୍ଥିକ ସହଯୋଗ ପାଇ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହେବାରୁ ମାନସିକ ଶାନ୍ତି ପାଇବେ । ପୈତୃକ ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି । ଯାହାକି ନିଶ୍ଚିତ ରୂପରେ ଆପଣଙ୍କ ପାଇଁ ଲାଭଦାୟକ ହେବ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ନିର୍ଦୋନ୍ଦରେ କାର୍ଯ୍ୟ ଆରମ୍ଭ କରିପାରିବେ । ଯେଉଁ ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଶୁଭ ଫଳ ପାଇ ପାରନ୍ତି । ଶିକ୍ଷା କ୍ଷେତ୍ରରେ କୌଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ଏହି ସମୟରେ ଯଦି କୌଣସି କଲେଜ ବା ପ୍ରଶିକ୍ଷଣ ସଂସ୍ଥାରେ ଯୋଗ ଦେବାକୁ ଚେଷ୍ଟା କରିବେ ବା ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ତେବେ ସେଥିରେ ସଫଳତା ପାଇବେ ।

ବୃହସ୍ପତି ମେଷରାଶିରେ ଗୋଚର ହେବା ଫଳରେ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।

ପ୍ରତିକାର- 

୧- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ମିଠା ବିସ୍କୁଟ କିମ୍ବା ମିଠା ରୂଟି ଖାଇବାକୁ ଦିଅନ୍ତୁ।

୨- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୩- ରବିବାର ଦିନ ବ୍ରାହ୍ମଣକୁ ନିଜର ସମ୍ବଳ ନୂସାରେ କଛି ଦକ୍ଷିଣା ଦିଅନ୍ତୁ। 

୪- ଗୃହରେ ହନୁମାନ ଚାଳିଶା ପାଠ କରନ୍ତୁ।

୫- ପ୍ରତ୍ୟେକ ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ଯ ଦିଅନ୍ତୁ।

୬- ଘରର ଦକ୍ଷିଣ ଦିଗରେ ଧଳା ଅରଖ ଗଛଟିଏ ଲଗାନ୍ତୁ।



Mahaveer Astrology

Pandit Nirakar Biswal

Plot No - MA 57, 

GGP Colony,

Rasulgarh,

Bhubaneswar 25,

Odisha,

Mob no 7978654981

              9438804434



No comments:

Post a Comment