Follow us on Facebook

Responsive Ads Here

Tuesday, November 1, 2022

What is Rudraksha and its benefits?

 


ଓଁ ହଂ ହନୁମନ୍ତାୟେ ରୁଦ୍ରାନ୍ମୀକାୟେ ହୁଂ ଫଟ୍ ସ୍ବାହା।


ମହାବୀର ଜ୍ଯୋତିଷ କାର୍ଯ୍ଯାଳୟ

ଘରନଂ - ଏମ୍ ଏ - ୫୭, 

ଜିଡିପି କଲୋନୀ, ରସୁଲଗଡ,

ଭୂବନେଶ୍ବର, ଓଡିଶା

ମୋ ନଂ - 7978654981


କେଉଁ ରାଶିର ଲୋକ କେତେ ମୂକ୍ଷୀ ରୁଦ୍ରାକ୍ଷ ଧାରଣ କରିବେ ତାହା ନିମ୍ନରେ

ନିଜର ଜନ୍ମରାଶି ବା ନାମର ଆଦ୍ଯ ଅକ୍ଷରରୁ ରାଶି ଅନୁସାରେ ବା କେଉଁ ରାଶିର କେତେ ମୂଖୀ ରୂଦ୍ରାକ୍ଷ ତାହା ନିମ୍ନୋକ୍ତରୁ ଦେଖୀ ଧାରଣ କରନ୍ତୁ। ରୁଦ୍ରାକ୍ଷ ଧାରଣ ପ୍ରାପ୍ତି କରିବା ଦ୍ବାରା ସବୁପ୍ରକାରର ବାଧା, ଦୁଃସ୍ବପ୍ନ ନାଶ, ବିଦ୍ୟାବୁଦ୍ଧି ସ୍ମରଣଶକ୍ତି, ରୋଗନାଶକ ଓ ଗ୍ରହରିଷ୍ଟ ପାଇଁ ଉତ୍ତମ ପ୍ରକାର ଫଳକୁ ପ୍ରଦାନ କରନ୍ତି। 


ମେଷ -  ୩, ୫, ୬ ବା ୧୧ ମୂଖି ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ବ୍ରୁଷ  - ୪, ୬, ୭ ବା ୧୨ ମୂଖ ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ମିଥୁନ - ୪, ୬, ବା ୮ ମୂଖି ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

କର୍କଟ - ୨, ୩, ବା ୪, ମୂଖ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ସିଂହ - ୯, ୩, ବା ୧୨ ମୂଖ ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

କନ୍ଯା - ୪, ୬, ବା ୮,ମୂଖି ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ତୁଳା - ୬, ୭, ବା ୧୩, ମୂଖ ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ବିଛା - ୨, ୩, ୫, ୬, ବା ୧୧, ମୂଖି ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ଧନୁ - ୫, ୧୦, ବା ୧୨, ମୂଖି ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ମକର - ୬, ୭, ବା ୧୪, ମୂଖି ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

କୁମ୍ଭ - ୬, ୭, ବା ୧୪, ମୂଖି ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ମୀନ - ୩, ୫, ବା ୧୦, ମୂଖି ରୂଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ହୋଇଥାଏ। 

ଆଜିକାଲି ରୁଦ୍ରାକ୍ଷରେ ଅଳଙ୍କାର ଠାରୁ ଆରମ୍ଭକରି ଓୌଷଧ ପର୍ଯ୍ୟନ୍ତ ସବୁ କାର୍ଯ୍ଯ ହୋଇଥାଏ। 

"ରୂଦ୍ରାକ୍ଷ " ସମସ୍ତ ବ୍ରୁକ୍ଷଲତା ବନସ୍ପତି ଜଗତରେ ସର୍ବାଧିକ ପବିତ୍ର, ବ୍ରୁକ୍ଷ ବା ତାହାର ଫଳ ମଧ୍ଯ (ରୂଦ୍ରାକ୍ଷ) ପବିତ୍ର ଓ  ପ୍ରଭାବଯୁକ୍ତ ଉପଯୋଗୀ ପଦାର୍ଥ ଅଟେ। ଏହା ଏକ ଫଳ ବା ଫଳର ବୀଜ। ଏହାର ଉତ୍ପତୀ ମାଲେସିଆ, ଭାରତ, ଜାଭା, ସୁମିତ୍ରା  ନେପାଳ ଆଦି ଦେଶରେ ଅଧିକ ସଂଖ୍ଯାରେ ହୋଇଥାଏ। ବହୁ ଦେବୀ ଦେବତାଙ୍କର ପୂଜା ସ୍ତୋତ୍ର ଆଦିରେ ଏହି ମାଳାକୁ ଧାରଣ କରିଥାଆନ୍ତି  ଏଥିରେ ମନ୍ତ୍ର ଜପ କରିବାର ବିଧାନ ଅଛି। ଆଧ୍ୟାତ୍ମିକ ଦ୍ରୃଷ୍ଟିରେ ଯେତେ " ରୂଦ୍ରାକ୍ଷ " କୁ ମହତ୍ତ୍ବ ଦିଆଯାଇଅଛି। କଦାଚିତ୍ ଅନ୍ଯ କୌଣସି ବନସ୍ପତିକୁ ପ୍ରାପ୍ତ ନାହିଁ। " ରୂଦ୍ରାକ୍ଷ " ର ମାଳା ପିନ୍ଧିବା ଦ୍ବାରା ଶରୀରେ କୌଣସି ରୋଗ ହୁଏନାହିଁ ବୋଲି ପ୍ରମାଣଅଛି। ଏହା ଧାରଣ କଲେ ରକ୍ତଚାପ ସାମାନ୍ଯ ହୁଏ। ଏହା ଧାରଣ କରିବାଦ୍ବାରା ଗ୍ରହ ମାନଙ୍କ ପୀଡା ନାଶ ହେବାସହ ନାନାପ୍ରକାର ଉତ୍ପାତ ପାତକ ଜନିତ ଦୋଷ ନିରାକରଣ ହୋଇଥାଏ। "ରୂଦ୍ରାକ୍ଷ" ର ବିଭିନ୍ନ ରୂପ ଭିନ୍ନ ଭିନ୍ନ "ରୂଦ୍ରାକ୍ଷ" ର ଭିନ୍ନ ଭିନ୍ନ କାର୍ଯ୍ଯ ନାମ ଅଛି। ଏକମୂଖିଠାରୁ ଆରମ୍ଭ କରି ୧୪ ମୂଖି ପର୍ଯ୍ୟନ୍ତ ବିଶେଷ ଦେଖାଯାଏ। 


୧ - ଏକମୁଖି ରୂଦ୍ରାକ୍ଷ। 

ଏକମୁଖି ରୂଦ୍ରାକ୍ଷକୁ ସ୍ବୟଂ ସଦାଶିବ ଭାବରେ ବିଚାର କରାଯାଏ। ଏପରି ରୂଦ୍ରାକ୍ଷକୁ ଧାରଣ କରିଲେ, ବ୍ରହ୍ମହତ୍ୟା କରିଥିବା ପାପିର ପାପ କ୍ଷୟ ହୋଇ ପୂଣ୍ଯ ଫଳକୁ ପ୍ରାପ୍ତି ହୋଇଥାଏ ।ନାନା ଶାସ୍ତ୍ରରେ ଏହି ଏକମୂଖି ରୂଦ୍ରାକ୍ଷ ମଧ୍ଯ ପରଂବ୍ରହ୍ମ ପଦବାଚ୍ୟ ରୂପରେ ପରିଚୟ କରାଯାଇ ଅଛି। ଯଦି ଏକମୂଖି ରୂଦ୍ରାକ୍ଷକୁ ସଦାସର୍ବଦା ଦର୍ଶନ କରୁଥିବେ ତାହାହେଲେ ମନୁଷ୍ଯ ପରଂବ୍ରହ୍ମ ମହା ବିଷ୍ଣୁଙ୍କର ଦର୍ଶନ ପ୍ରାପ୍ତି ହେଉଅଛି ବୋଲି ଜାଣିବାକୁ ହେବ। ଏହା ଧାରଣ କଲେ ଧନପ୍ରାପ୍ତି ଶତ୍ରୁମାନଙ୍କର ପରାସ୍ତ ଏବଂ ମନସ୍କାମନା ପୂର୍ଣ୍ଣ ହୁଏ। 



୨ - ଦୁଇମୂଖି ରୂଦ୍ରାକ୍ଷ। 

ଦୁଇମୂଖି ରୂଦ୍ରାକ୍ଷକୁ ଦେବୀ ଏବଂ ଦେବ ଭାବରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇ ଅଛି। ଏହି ରୂଦ୍ରାକ୍ଷକୁ ସଦାଶିବ ଭାବରେ ମାନ୍ଯତା, ମଧ୍ଯ ପ୍ରଦାନ କରାଯାଇଛି। ଏପରି ରୂଦ୍ରାକ୍ଷକୁ ଧାରଣ କରିବା ଦ୍ବାରା ଗୋହତ୍ୟା ପରି ପାପରୁ ମାନବକୁ ତ୍ରାହି ପାଇଯାଇଥାଏ।  ମାନସିକ ଏବଂ ଆଧାତ୍ମିକ ଶାନ୍ତି ମିଳିଥାଏ। 

୩ - ତ୍ରିମୂଖି ରୂଦ୍ରାକ୍ଷ। 

ତ୍ରିମୂଖୀ ବିଶିଷ୍ଟ ରୂଦ୍ରାକ୍ଷକୁ ସାକ୍ଷାତ ଅଗ୍ନି ଦେବତାଙ୍କର ସ୍ୱରୂପ ଭାବରେ ନିର୍ଣ୍ଣୟ କରାଯାଇଛି। ଏପରି ରୂଦ୍ରାକ୍ଷ ଧାରଣ କରିବା ମାତ୍ରେ ମନୁଷ୍ଯ ତାର ସମସ୍ତ ପାପରୁ ମୁକ୍ତି ପାଇ ଯାଇଥାଏ। ଏହି ତ୍ରିମୂଖ ବିଶିଷ୍ଟ ରୂଦ୍ରାକ୍ଷକୁ ବ୍ରହ୍ମା ବିଷ୍ଣୁ ମହେଶ୍ଵର ମଧ୍ଯ କୁହାୟାଏ। ଏହା ସତ ରଜ ତମ ଏବଂ ତ୍ରିଲୋକ। ଆକାଶ ପାତାଳ ପ୍ରୁଥିବୀ ଭାବରେ ବର୍ଣ୍ଣନା କରାଯାଇଥାଏ। ଏହି ତ୍ରିମୂଖି ବିଶିଷ୍ଟ ରୂଦ୍ରାକ୍ଷ କୁ ବିଧି ଭାବରେ ପୂଜା କରିଲେ ମନୁଷ୍ଯର ତ୍ରିଦୋଷ ବାତପିତ୍ତ କଫାଦି ରୋଗରୁ ମୁକ୍ତି ମିଳିଯାଇଥାଏ ଏବଂ ବିଦ୍ୟାବୁଦ୍ଧି ହେବାସହ ଧନସୁଖ ମଧ୍ଯ ମିଳିଥାଏ। 

୪ - ଚାରିମୂଖି ରୂଦ୍ରାକ୍ଷ। 

ଚାରି ମୂଖି ବିଶିଷ୍ଟ ରୂଦ୍ରାକ୍ଷକୁ ସ୍ବୟଂ ବ୍ରହ୍ମାଦେବତା ଭାବରେ ବର୍ଣ୍ଣନା କରାଯାଇଛି। ଚାରିମୂଖ ବିଶିଷ୍ଟ ରୂଦ୍ରାକ୍ଷକୁ ଧାରଣ କରିଲେ, ମନୁଷ୍ଯ ନରହତ୍ଯା କରିଥଲେ ମଧ୍ଯ ସେ ସେହି ପାପରୁ ଉଦ୍ଧାର ପାଇ ଯାଇଥାଏ। ପୁନଶ୍ଚ ଏହି ଚାରିମୂଖ ରୂଦ୍ରାକ୍ଷକୁ ୠଣଗ୍ରସ୍ତ ୠଗବେଦ ଯଜୁର୍ବେଦ ସାମବେଦ ଅର୍ଥବବେଦ ଯେ ନାମରେ ପରିଚିତ କରାଯାଇ ଅଛି। ଜୀବନରେ ଅର୍ଥ କାମ ମୋକ୍ଷ ବଶୀଭୂତ  ପଶୁସମ୍ପଦ ଉତ୍ତମ ସନ୍ତାନ ପ୍ରାପ୍ତି ଲୋଭର ସହାୟତା ଏହି ରୂଦ୍ରାକ୍ଷ ଧାରଣ କରିବା ଦ୍ବାରା ହୋଇଥାଏ। ପୁନଶ୍ଚ ଏହି ଚାରିମୂଖୂ ରୁଦ୍ରାକ୍ଷକୁ ବିପ୍ର, କ୍ଷତ୍ରିୟ, ବୈଶ୍ଯ, ଶୁଦ୍ର, ଆଦି ଚାରିଜାତି ଭାବରେ ବର୍ଣ୍ଣନା କରାଯାଇ ଅଛି। ଏହାକୁ ଚାରିଆଶ୍ରମ ବ୍ରହ୍ମଚର୍ଯ୍ଯ, ଗୃହସ୍ଥ  ବାନପ୍ରସ୍ଥ ସନ୍ଯାସ ଆଶ୍ରମ ମଧ୍ଯ କୁହାଯାଏ। ଏହାକୁ ଧାରଣ କରି ମନୁଷ୍ଯ ମାନସିକ ରୋଗରୁ ମୁକ୍ତି ପାଇ ଯାଇଥାଏ। 


୫ - ପଞ୍ଚମୁଖି ରୂଦ୍ରାକ୍ଷ। 

ପଞ୍ଚମୁଖି ରୂଦ୍ରାକ୍ଷକୁ ସ୍ବୟଁ କାଳାଗ୍ନି ଭାବରେ ବିଚାର କରାଯାଇଅଛି। ଏହା ସମ୍ପୂର୍ଣ୍ଣ ଭାବରେ ମୋକ୍ଷ ଦାୟକ ଅଟେ। ଏହାକୁ ଧାରଣ କରିବା ଦ୍ବାରା ମନୁଷ୍ଯ, ଅଭକ୍ଷ ଭକ୍ଷଣ, ଅଗମ୍ଯ ଗମନାଦି ପାପରୁ ମୁକ୍ତି ପାଇ ଯାଇଥାଏ। ପଞ୍ଚମୁଖୀ ରୂଦ୍ରାକ୍ଷ ଧାରଣକାରୀ ଉପରେ ସ୍ବୟଂ ଭଗବାନ ସଦାଶିବ ସନ୍ତୁଷ୍ଟ ହୋଇ ବ୍ଯକ୍ତିକୁ ଭୂତ ପ୍ରେତ ବାଧାରୁ ରକ୍ଷା କରିବା ସହିତ ହ୍ରୄଦୟରେ ରକ୍ତ ଚାପରୁ ମୁକ୍ତି ପାଇ ଥାଆନ୍ତି। 

୬ - ଷଡମୂଖି ରୂଦ୍ରାକ୍ଷ। 

ଏହାର ମୂଖି ଷଡମୂଖ ହୋଇଥିବାରୁ, ଏହାକୁ କାର୍ତ୍ତିକେୟ ଭାବରେ ବିଚାର କରାଯାଇ ଅଛି। ଏହାକୁ ମନୁଷ୍ଯ ତାର ଦକ୍ଷିଣ ହସ୍ତରେ ଧାରଣ କରିଲେ ବ୍ରହ୍ମହତ୍ଯା ଆଦି ପାପ କରିଥିଲେ ସେ ସେଥିରୁ ମୁକ୍ତି ପାଇ ଯାଇଥାଏ। ଛଅମୂଖି ରୂଦ୍ରାକ୍ଷକୁ ଧାରଣ କରିଲେ ମନୁଷ୍ଯର ବିଦ୍ଯା ବୁଦ୍ଧି ସ୍ମରଣ ଶକ୍ତି ସମସ୍ତ କାର୍ଯ୍ୟରତ ମନରେ ଆସି ଯାଇଥାଏ । ଏହି ରୂଦ୍ରାକ୍ଷ ଧାରଣ କରିବା ମନୁଷ୍ଯର ସଂସାରିକ ବନ୍ଧନରୁ ମୁକ୍ତି ପାଇଥାଏ, ଏବଂ କାମ କ୍ରୋଧ ଲୋଭ ମୋହ ଗର୍ବ ଅହଂକାର ଆଦି ଏହି ଛଅମୂଖି ରୂଦ୍ରାକ୍ଷ ଧାରଣ କରିବା ଦ୍ବାରା ନାଶ ହୋଇଥାଏ। 


୭ - ସପ୍ତମୂଖି ରୂଦ୍ରାକ୍ଷ ।


ସପ୍ତମୂଖି ରୂଦ୍ରାକ୍ଷ ସାକ୍ଷାତ ଅନଙ୍ଗ ଏବଂ ମହାଭାଗା ସ୍ବରୂପା ହୋଇଥିବାରୁ ଏହି ରୂଦ୍ରାକ୍ଷ ଧାରଣ କାରୀ ଯଦି ସୋର୍ଣ୍ଣ ଅପହରଣକାରି ଦୋଷରେ ପଡିଥାଏ, ସେଥିରୁ ସିଏ ମୁକ୍ତି ପାଇଯାଇଥାଏ। ସପ୍ତମୂଖି ରୂଦ୍ରାକ୍ଷ ସପ୍ତମାତୃକାର କେନ୍ଦ୍ରସ୍ଥଳ ଅଟେ। ଭଗବାନ ଆଦିତ୍ଯ ସପ୍ତୠଷି ମଧ୍ଯ ସପ୍ତମୂଖି ରୁଦ୍ରାକ୍ଷର ଦେବତା ଅଟନ୍ତି, ସେଥିପାଇଁ ଏହି ରୂଦ୍ରାକ୍ଷ ଧାରଣ କଲେ ଧନବୃଦ୍ଧି, ସ୍ତ୍ରୀସୁଖଲାଭ ହେବାସହ ଅଗ୍ନୀଭୟ ଏବଂ ସୋର୍ଣ୍ଣ ଚୋରୀରୁ ମୁକ୍ତି ମିଳିଥାଏ। 


୮ - ଅଷ୍ଟମୂଖି ରୂଦ୍ରାକ୍ଷ। 

ଅଷ୍ଟମୂଖି ରୂଦ୍ରାକ୍ଷ ଶ୍ରୀ ଗଣେଶ ଦେବତାଙ୍କର ଅସଲ ସୋରୂପ ଅଟେ। ଏହି ରୂଦ୍ରାକ୍ଷକୁ ଧାରଣ କଲେ ମନୁଷ୍ଯର ଅନ୍ନ ଦୋଷ, ତୁଳାଦୋଷ, ଏବଂ ସୋର୍ଣ୍ଣ ଦୋଷାଦିରୁ ମୁକ୍ତି ପାଇ ଯାଇଥାଏ। ଏହାକୁ ଧାରଣ କଲେ ମନୁଷ୍ଯ ଦୁଷ୍ଟବଂଶୀୟ ସ୍ତ୍ରୀ ଓ ଗୁରୁ ପତ୍ନୀ ସ୍ପର୍ଶ ଦୋଷରୁ ମଧ୍ଯ ରକ୍ଷା ମିଳିଥାଏ। ଅଷ୍ଟମୂଖି ରୂଦ୍ରାକ୍ଷ ଧାରଣ କଲେ , ମନୁଷ୍ଯ ସମସ୍ତ ପାପରୁ ମୁକ୍ତି ପାଇଯାଇଥାଏ। ଅଷ୍ଟମୂଖି ରୂଦ୍ରାକ୍ଷ ଧାରଣ କରିବା ମନୁଷ୍ଯର ଅଷ୍ଟ ଦିଗରୁ ବିଜୟ ହାସଲ କରିଥାଏ। ଏହାକୁ ଅଷ୍ଟ ସ୍ବର୍ଣ୍ଣ ମଧ୍ଯ କୁହାଯାଇ ଅଛି । ପ୍ରୁଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ଯଯମାନ ଭାବରେ ଅଷ୍ଟମୂଖି ରୂଦ୍ରାକ୍ଷକୁ ମାନ୍ଯତା ଦିଆଯାଇଛି। ଏହି ରୂଦ୍ରାକ୍ଷକୁ ଧାରଣ କରିବା ଲୋକର ୠଣ ମୁକ୍ତି ହେବାସହ ଶତୃ ମାନେ ନାଶ ହୋଇଥାଏ। 


୯ - ନବମୂଖି ରୂଦ୍ରାକ୍ଷ। 

ନବମୂଖି ରୂଦ୍ରାକ୍ଷକୁ ସାକ୍ଷାତ ଭୈରବ ଭାବରେ ବିବେଚନା କରାଯାଇ ଅଛି। ଏହି ରୂଦ୍ରାକ୍ଷକୁ ବାମ ହସ୍ତରେ ଧାରଣ କରିଲେ ଧାରଣକାରୀ ଭୂକ୍ତି ମୁକ୍ତି ପ୍ରାପ୍ତି ହୋଇଥାଏ। ଏହି ନବମୂଖି ରୂଦ୍ରାକ୍ଷ ଧାରଣ କରିିବା ବ୍ଯକ୍ତିର ମୋକଦମାରେ ଜୟଲାଭ, ନବଗ୍ରହଶାନ୍ତି କାମ କ୍ରୋଧରୁ ମୁକ୍ତି ମଳିଥାଏ। ବ୍ଯକ୍ତିର ଭୈରବ ସମାନର ଶକ୍ତି ଆହରଣ କରିଥାଏ। ଏହି ରୂଦ୍ରାକ୍ଷ ଅତ୍ଯନ୍ତ ପ୍ରଭାବଶାଳୀ ହୋଇଥିବାରୁ ଏହାକୁ ବିଧିପୂର୍ବକ ପୂଜନ କରାଗଲେ ଏବଂ ଏହାକୁ ବାମ ହସ୍ତରେ ଧାରଣ କରାଗଲେ ମନୁଷ୍ଯ ନବରାତ୍ରି ବ୍ରତର ପୂଣ୍ଯ ଫଳ ପ୍ରାପ୍ତି ହୋଇଥାଏ। 


୧୦ - ଦଶମୁଖୀ ରୂଦ୍ରାକ୍ଷ। 

ଏହି ଦଶମୂଖି ରୂଦ୍ରାକ୍ଷ ସ୍ବୟଁ ମହା ବିଷ୍ଣୁଙ୍କର ଦଶଅବତାର ସ୍ବରୂପ ଅଟେ। ଏହାକୁ ଧାରଣ କରିବା ଦ୍ବାରା ମନୁଷ୍ଯ ସମସ୍ତ ବିପଦରୁ ରକ୍ଷା ପାଇଯାଇଥାଏ। ଏହାକୁ ଧାରଣ କରିବା ବ୍ଯକ୍ତିର ମାନ ସମ୍ମାନ, ଧନବୃଦ୍ଧି, ସୁରକ୍ଷା ପ୍ରାପ୍ତି ହୋଇଥାଏ। ଏହି ଦଶମୂଖି ରୂଦ୍ରାକ୍ଷ ଧାରଣ କରିବା ଦ୍ବାରା ସମସ୍ତ ଦୁଃଖ କଷ୍ଟ ରୋଗ ଶୋକରୁ ମୁକ୍ତି ପାଇଥାଏ । ଧାରଣକର୍ତ୍ତାଙ୍କ ଉପରେ ଦଶଅବତାର ସନ୍ତୁଷ୍ଟ ହୋଇ ଥାଆନ୍ତି। ମନୁଷ୍ଯ ଦଶ ଇନ୍ଦ୍ରିୟଙ୍କୁ ପରାଜୟ କରିଦେଇ ଥାଏ। 


୧୧ -ଏକାଦଶମୂଖି ରୂଦ୍ରାକ୍ଷ। 

ଏକାଦଶମୂଖି ରୂଦ୍ରାକ୍ଷକୁ ଏକାଦଶ ରୁଦ୍ରାବତାର ଭାବରେ ବର୍ଣନା କରାଯାଇ ଅଛି। ଏହାକୁ ଶିଖାରେ ଧାରଣ କଲେ ସହସ୍ରାଧିକ ଅଶ୍ବମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ। ଏହାକୁ ଧାରଣ କରିଲେ ଶହେ ବାଜପେୟ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ। ଏହାକୁ ଧାରଣ କରିବା ଦ୍ବାରା ଲକ୍ଷେ ଗୋଦାନର ଫଳପ୍ରାପ୍ତି ହୋଇଥାଏ। ଏକାଦଶମୂଖି ରୂଦ୍ରାକ୍ଷ ଧାରଣକାରୀ ସମସ୍ତ ଦୁଃଖ କଷ୍ଟରୁ ତ୍ରାହି ପାଇ ସମସ୍ତ ସ୍ଥାନରେ ବିଜୟ ପ୍ରାପ୍ତି ହୋଇଥାଏ। ଏହାକୁ ଧାରଣକର୍ତ୍ତାଙ୍କୁ ସୁଖ, ସମ୍ମାନ ବୃଦ୍ଧି ,ଦୁଃଖ, ଦାରିଦ୍ର୍ଯ, ରୋଗ ଦୂରେଇ ଯାଇଥାଏ। ଯେଉଁ ଶିବଭକ୍ତମାନେ ଏହି ଏଗାରମୂଖି ବିଶିଷ୍ଟ ରୂଦ୍ରାକ୍ଷକୁ ଧାରଣ କରିଲେ ସେମାନଙ୍କ ପ୍ରତି ସ୍ବୟଂ ଭଗବାନ ତୃଷ୍ଟ ହୋଇ ସମସ୍ତ ବିପଦରୁ ରକ୍ଷା ପାଇ ଥାଆନ୍ତି। 


୧୨ - ଦ୍ବାଦଶମୂଖି ରୂଦ୍ରାକ୍ଷ।

ଏହି ଦ୍ବାଦଶମୂଖି ରୂଦ୍ରାକ୍ଷକୁ ଧାରଣ କରିଲେ ଭଗବାନ ବିଷ୍ଣୁ ମନୁଷ୍ଯ ପ୍ରତି ସ୍ବୟଂ ପ୍ରସନ୍ନ ହୋଇ ଥାନ୍ତି। ଦ୍ବାଦଶମୂଖି ରୂଦ୍ରାକ୍ଷକୁ କଣ୍ଠରେ ଧାରଣ କରିଲେ ମନୁଷ୍ଯ ପ୍ରତି ଦ୍ବାଦଶ ଆଦିତ୍ୟ ପ୍ରଶନ୍ନ ହୁଅନ୍ତି। ଏହାକୁ ଧାରଣ କରି ମନୁଷ୍ଯ ଗୋମେଧ ଅଶ୍ବମେଧ ଯଜ୍ଞର ପୂଣ୍ଯ ଫଳ ମିଳିଥାଏ। ଏହାକୁ ଧାରଣ କରିଲେ ଅଗ୍ନୀଭୟ, ହିଂସ୍ରଜନ୍ତୁଙ୍କ ଭୟ, ମାନସୀକ ରୋଗରୁ ମୁକ୍ତ, ପାପକ୍ଷେୟ ମଧ୍ଯ ହୋଇଥାଏ। 


୧୩ - 

ତ୍ରୟୋଦଶୀମୂଖି ରୂଦ୍ରାକ୍ଷ। 

ଯଦି କୌଣସି ବ୍ୟକ୍ତି ସୌଭାଗ୍ୟ ବଶତଃ ଏହି ତ୍ରୟୋଦଶୀମୂଖି ରୂଦ୍ରାକ୍ଷକୁ ପ୍ରାପ୍ତ ହୋଇଥାଏ  ଓ ତାହାକୁ ବିଧି ପୂର୍ବକୁ ପୂଜାପାଠ କରି ଗଳାରେ ଧାରଣ କରେ ତାହେଲେ ସେହି ମନୁଷ୍ଯ ଷଡାନନଙ୍କ ସଦୃଶ ବିଦ୍ଯା ବୁଦ୍ଧିିର ପରିଚୟ ଦେଇଥାଏ। ଏବଂ ସେହି ବ୍ଯକ୍ତି ସକଳ ଐଶ୍ଵର୍ଯ୍ୟର ଅଧିକାରୀ ହୋଇଥାଏ। ତାହାର ସମସ୍ତ କାମନା ପୂରଣ ହୋଇଥାଏ। ସେ ଭୌତିକ ଓ ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇଥାଏ। ତାହାର ସମସ୍ତ କାମନା ପୂରଣ ହୋଇ ଥାଏ।ଯଦି ମନୁଷ୍ଯ ଭୂଲ ବଶତଃ ନିଜର ମାତା ପିତା ଭାଇ ଅଥବା ଅନ୍ଯ କୌଣସି ବନ୍ଧୁମାନଙ୍କୁ ହତ୍ୟା କରିଥାଏ, ସେହିପରି ପାପରୁ ମଧ୍ଯ ମୁକ୍ତି ପାଇଯାଇଥାଏ। ଏହି ରୂଦ୍ରାକ୍ଷ ଧାରଣ କରିବା ବ୍ଯକ୍ତିର ପାପକ୍ଷେୟ ହେବାସହ ରାଜ ସମ୍ମାନ ମଧ୍ଯ ମିଳିଥାଏ। 

୧୪ - 

ଚତୁର୍ଦ୍ଦଶମୂଖି ରୂଦ୍ରାକ୍ଷ। 

ଯଦି କୌଣସି ଭାଗ୍ୟବାନ ବ୍ଯକ୍ତି ଏବଂ ଏହି ସୌଭାଗ୍ଯସାଳି ବ୍ଯକ୍ତିଙ୍କୁ ଚଉଦମୂଖି ରୂଦ୍ରାକ୍ଷ ମିଳିଥାଏ, ତାହେଲେ ସେହି ବ୍ଯକ୍ତିଙ୍କୁ ଭାଗ୍ୟବାନ ଭାବରେ ବିଚାର କରିବାକୁ ହୋଇଥାଏ। ଏହି ରୂଦ୍ରାକ୍ଷକୁ ବିଧ ବିଧାନରେ ପୂଜା କରି ଯଦି କଣ୍ଠରେ ଧାରଣ କରାଯାଏ ତାହେଲେ ଧାରଣ କାରୀ ସଦାଶିବ ସ୍ବରୂପ ହେବାସହ, ଶାରୀରିକ ଆର୍ଥିକ କଷ୍ଟ ଦୂର ହେବାସହ ଦୁର୍ଘଟଣାରୁ ରକ୍ଷା ମିଳିଥାଏ।

No comments:

Post a Comment