Chandra Grahan 2022 in India
ଓଁ ହଂ ହନୁମନ୍ତାୟେ ରୁଦ୍ରାନ୍ମୀକାୟେ ହୁଂ ଫଟ୍ ସ୍ବାହା।
Mahaveer Astrology
Pandit Nirakar Biswal
Plot No - MA 57,
GGP Colony,
Rasulgarh,
Bhubaneswar 25,
Odisha,
Mob no 7978654981 (P)
Mob no 9438804435 (O)
ରାହୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ
ନଭେମ୍ବର ତା୮ରିଖ କାର୍ତ୍ତିକ ପୂର୍ଣ୍ଣମା ମଙ୍ଗଳବାର
ଓଡିଶା ସମେତ ଭାରତରେ ଦ୍ରୃଶ୍ଯ - ଚନ୍ଦ୍ରଗ୍ରହଣ ପାଳନୀୟ
ଭାରତୀୟ ସାଧାରଣତ ସମୟ ଅନୁସାରେ ପ୍ରମତ୍ତ
ତା ୦୮/୧୧/୨୦୨୨ ରିଖ
ସ୍ପର୍ଶଦି ତଥ୍ଯ- ପୁରୀଠାରେ
ଗ୍ରହଣସ୍ପର୍ଶ-
ଦିବା ଘ.୦୨:୨୯ ମି.୧୪ସେକେଣ୍ଟ ସମୟେ
(ଚନ୍ଦ୍ରୋଦୟ ହୋଇ ନଥିବାରୁ ଅଦୃଶ୍ୟ) ଐଶାନ୍ଯେ ବ୍ଯାପି ପୂର୍ବେ
ଗ୍ରହଣ ମଧ୍ଯ-
ଦିବା ଘ. ୦୪:୨୩ମି.୧୨ସେକେଣ୍ଟ ସମୟେ
(ସର୍ବାଧିକ ଗ୍ରାସ - ଚନ୍ଦ୍ରୋଦୟ ହୋଇ ନଥିବାରୁ ଅଦୃଶ୍ଯ)
ପୁରୀଠାରେ:
ଗ୍ରସ୍ତୋଦୟ ଗ୍ରହଣ ସଂନ୍ଧ୍ଯା ଘ.୦୫:୦୬ମି.୨୯ସେକେଣ୍ଟରେ ଦ୍ରୃଶ୍ଯ
ଗ୍ରହଣ ସର୍ବମୋକ୍ଷ-
ସଂନ୍ଧ୍ଯାଘ. ୦୬:୧୯ମି. ୦୫ସେକେଣ୍ଟ ସମୟେ ବାୟୋବ ବ୍ଯାପି ପଶ୍ଚିମେ ଗ୍ରହଣ ଆଦ୍ଯନ୍ତକାଳ-ଘ.୦୩:୩୯:ମି.୫୧ସେକେଣ୍ଟ
ପୁରୀଠାରେ ଗ୍ରହଣ ଦ୍ରୃଶ୍ଯକାଳ-
ଘ.୦୧:୧୨ମି.୩୬ସେକେଣ୍ଟ ମାତ୍ର।
ଓଡିଶାର ବିଭିନ୍ନ ସ୍ଥାନରେ ଅର୍ଥାତ କଟକ, ଭୂବନେଶ୍ବର, ଯାଜପୁର, ବ୍ରହ୍ମପୁର, ସମ୍ବଲପୁର, ଆଦି ସ୍ଥାନରେ ଏକ ସମୟ ଅର୍ଥାତ- ଗ୍ରହଣସ୍ପର୍ଶ ଦିବା ଘ.୦୨:୩୯ମି. ସମୟେ ( ଚନ୍ଦ୍ର ଉଦୟ ହୋଇ ନଥିବାରୁ ଅଦୃଶ୍ଯ) ଗ୍ରହଣ ମଧ୍ଯ ଦିବା ଘ.୦୪:୨୩ମି.ସମୟ ଗ୍ରହଣ ଦ୍ରୃଶ୍ଯ ସଂନ୍ଧ୍ଯାଘ. ୦୫:୦୬ମି୨୯ସେକେଣ୍ଟ ସମୟେ ଏବଂ ଗ୍ରହଣ ମୋକ୍ଷ ସଂନ୍ଧ୍ଯାଘ. ୦୬:୧୯ମି. ସମୟେ ହେବ। ଚନ୍ଦ୍ରଗ୍ରହଣ ଯୋଗୁ ଗ୍ରହଣ ସ୍ପର୍ଶର ୦୯ ଘଣ୍ଟା ପୂର୍ବରୁ ଅର୍ଥାତ ତା୦୮/୧୧/୨୦୨୨ରିଖ ମଙ୍ଗଳବାର ପ୍ରାତଃ ଘ.୦୫:୩୯ମି ଠାରୁ ପାକତ୍ଯାଗ ଅନ୍ନ ଭୋଜନାଆଦି ଓ ଦେବନିତୀ ନିଶେଧ ହେବ। ପ୍ରତ୍ୟେକ ଗ୍ରୁହୀ ଏନିୟମ ମାନି ନଭେମ୍ବର ତା୮ରିଖ ମଙ୍ଗଳବାର ପ୍ରାତଃ ଘ.୦୫:୩୯ମି. ମଧ୍ଯରେ ପାକ କର୍ମାଦି ଓ ଅନ୍ନ ଭୋଜନ ଏବଂ ଦେବନୀତି କରିବେ। ତାପରଠାରୁ ଅର୍ଥାତ ପ୍ରାତଃ ଘ.୦୫:୩୯ମି. ଠାରୁ ମଙ୍ଗଳବାର ସଂନ୍ଧ୍ଯାଘ. ୦୬:୧୯ମି. ମଧ୍ଯେ କୌଣସି ପ୍ରକାର ଅନ୍ନଭୋଜନ କରିବା ନିଷେଧ। କିନ୍ତୁ ବାଳକ ବୃଦ୍ଧ ରୋଗୀଙ୍କ ପକ୍ଷେ ନିୟମ ଲଘଂନୀୟଂ । କୌଣସି ଗର୍ଭିଣୀ ଉକ୍ତ ସମୟରେ ଗ୍ରହଣକୁ ନ ଦେଖି କୋଳରେ ଏକ ନଡିଆ ରଖି ଘର ଭିତରେ ରହି ଶ୍ରୀ ବିଷ୍ଣୁ ଓ ଜଗନ୍ନାଥଙ୍କୁ ମନେମନେ ସ୍ମରଣ କରିବା ଉଚିତ। ସଂନ୍ଧ୍ଯାଘ. ୦୬:୧୯ମି. ପରେ ସ୍ନାନାଦି ଅନ୍ତେ ଦେବପୂଜା ପାପକର୍ମ ଓ ଅନ୍ନାଦି ଭୋଜନ କରଣୀୟ। ଦୈନନ୍ଦିନ ଦେବପୂଜା ଏସମୟ ପରେ କରଣୀୟ। ଉକ୍ତଦିନ ଶ୍ରାଦ୍ଧ ପଡିଲେ ଆମ ଶ୍ରାଦ୍ଧ ( ପକାଦି ବିନା ଦ୍ରବ୍ୟରେ ପିଣ୍ଡଦାନ ) କରଣୀୟ। ଗ୍ରହଣ ଦର୍ଶନେ ରାଶି ଶୁଦ୍ଧି -
ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିଙ୍କ ପକ୍ଷେ ଗ୍ରହଣ ଦର୍ଶନେ ଶୁଭପ୍ରଦ।
ଗ୍ରହଣ ଦର୍ଶନେ ତାରାଶୁଧି-
ଅଶ୍ବିନୀ, କ୍ରୃତିକା,ରୋହିଣି, ଆର୍ଦ୍ରା,ପୂଷ୍ଯା,ମଘା, ଉତ୍ତରା ଫାଲଗୁନୀ, ହସ୍ତା,ସ୍ବାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ନକ୍ଷେତ୍ର ଙ୍କ ପକ୍ଷେ ଗ୍ରହଣ ଦର୍ଶନେ ଶୁଭପ୍ରଦ।
ଗ୍ରହଣ ସ୍ପର୍ଶ ସମୟେ ସ୍ନାନ ମନ୍ତ୍ର-
(ଦିବା ଘ.୦୨:୩୯ସମୟେ)
ସ୍ବସ୍ଥାନ ଗମ୍ଯତା ରାହୋ ତ୍ଯଜତାଂ
ଚନ୍ଦ୍ରସଂଗମଃ
କର୍ମ ଚାଣ୍ଡାଳ ଯୋନେସ୍ଥ ମମ ପାପ କ୍ଷୟ କୁରୁ।
ଅର୍ଘଦାନ ମନ୍ତ୍ର ଯଥା-
ଶଶ ଲାଞ୍ଛନ ଭୁଚନ୍ଦ୍ର ସୈଂହିକେୟରୀପୋପ୍ରଭୋ
ଅର୍ଘ୍ଯ ଦଦାମି ଦେବେଶ ରାହୁ ଗ୍ରହ ବିମୋଚନାତ୍ ।
ମୁକ୍ତିସ୍ନାନ ମନ୍ତ୍ର- (ସଂନ୍ଧ୍ଯାଘ (୦୬:୧୯ମି.ସମୟେ)
ଯଥାପଦ ବିମୁକ୍ତସି ରାହୋଗ୍ରହ ସକଂଟାପନ୍ନ
ତଥାତ୍ବଂ ରୋହିଣୀକାନ୍ତ ଆପଦୋମା ବିମୋଚୟ
ଶ୍ରୀକ୍ଷେତ୍ର, ମହୋଦଧି, ବିନ୍ଦୁସାଗର, ନାଭିଗୟା, ବୈତରଣୀ ନଦୀତଥା ପବିତ୍ର ତୀର୍ଥସ୍ଥାନ, ପବିତ୍ର ମହାନଦୀ ପ୍ରଭୃତି ଜଳରେ ସ୍ନାନକଲେ ଅକ୍ଷୟ ପୂଣ୍ଯ ଫଳ ପ୍ରାପ୍ତିହୋଇଥାଏ।
No comments:
Post a Comment