ମୀନରାଶି:-
ଇଂରାଜୀ ନବବର୍ଷ ୨୦୨୩ କେମିତି କଟିବ ସମସ୍ତ ମୀନ ରାଶିରେ ଜନ୍ମିତ ବ୍ଯକ୍ତିମାନଙ୍କର, କଣ କହୁଛି ମୀନ ରାଶିର ଗ୍ରହ ନକ୍ଷତ୍ର ଓ ଗୋଚର ନୁସାରେ ବାର୍ଷିକ ଫଳ….…
୨୦୨୩ରେ କେମିତି କରିବେ ସମସ୍ତ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର….…
ନୂଆବର୍ଷ ଏହି ନୂଆ ବର୍ଷରେ ନୂଆ ନୂଆ ଯୋଜନା ନୂଆ ନୂଆ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି ବର୍ଷସାରା କିପରି ରହିବ,
ଏବର୍ଷ ଶିକ୍ଷା କ୍ଷେତ୍ରରେ କିପରି ହେବ,
ବର୍ଷସାରା ସ୍ୱାସ୍ଥ୍ୟ ସମସ୍ଯା କିପରି ରହିବ,
ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ,
ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ ।
ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତା ରହିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ମୀନ ରାଶିରେ ୨୦୨୩ମସିହାରେ ଗୋଚର ଫଳ ନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ କଣରହିଛି……
୨୦୨୩ବର୍ଷ ଆରମ୍ଭରୁ
ଧନୁରାଶିରେ ରବିବୁଧ, ମେଷରାଶିରେ ଚନ୍ଦ୍ରରାହୁ, ବୃଷରେ ମଙ୍ଗଳ, ମକରରେ ଶୁକ୍ରଶନି। ମୀନରାଶିରେ ବୃହସ୍ପତି, ତୁଳାରାଶିରେ କେତୁ ଥିବା
ସମୟରେ ୨୦୨୩ବର୍ଷ ଆରମ୍ଭ ହେଉଛି।
ବୃହସ୍ପତି ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ପ୍ରାୟତ ବର୍ଷଶେଷ ପର୍ଯ୍ୟନ୍ତ ରହିବେ। ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ
୨୦୨୩ ମସିହାରେ ମୀନରାଶିର ଜାତକଙ୍କ ପାଇଁ ଜନ୍ମ ବୃହସ୍ପତି, ଦ୍ଵାଦଶଶନି ଓ ଦ୍ଵିତୀୟ ଭାବରେ ରାହୁ ଥିବାରୁ ଶୁଭ ଅଶୁଭ ମିଶ୍ରିତ ଫଳ ପ୍ରାପ୍ତି ଯୋଗହେବ । ଏମାନେ ସରକାରୀ କ୍ଷେତ୍ରରେ ପରୀକ୍ଷା ଦେଲେ ସଫଳ ହେବେ । ମୀନରାଶିରେ ଜନ୍ମିତ ବ୍ଯକ୍ତିମାନେ ମିତ୍ରଙ୍କ ତରଫରୁ ସାହାଯ୍ୟ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ । ଏମାନେ ଦୃଢସଂକଳ୍ପ ଓ ବିଶ୍ଵାସରେ ଅତ୍ଯନ୍ତ ଦୃଢ ହେବେ । ଏମାନେ ଆଶା କରୁଥିବା ଖବର ପାଇ ଖୁସୀ ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏବର୍ଷ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଯେଉଅଁମାନେ ପ୍ରତିଯୋଗୀ ସେମାନେ ଅବଶ୍ୟ ଶୁଭଫଳ ପାଇପାରିବେ ।
ମୀନରାଶିର ବିଦ୍ୟାର୍ଥୀ ମାନଙ୍କ ପାଇଁ ଏବର୍ଷ ଶିକ୍ଷାରେ ଭଲ ଫଳ ମିଳିବ, କିନ୍ତୁ ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ ।୨୦୨୩ ଆର୍ଥିକ ବର୍ଷ ବହୁତ ଭଲ ରହିବା କାରଣରୁ ଏହି ସମୟରେ ଅଲଗା ଅଲଗା ମାଧ୍ୟମରେ ଧନ ଲାଭ ର ଯୋଗରହିଛି। ଏବର୍ଷ ଆପଣ ମାନଙ୍କୁ ନିଜର ଖର୍ଚ୍ଚ ପ୍ରତି ଯଥେଷ୍ଟ ସଜାଗ ରହିବା ଅତ୍ୟନ୍ତ ଆବଶ୍ୟକ । ଏବର୍ଷ ଆପଣଙ୍କର ମାନସିକ ଚିନ୍ତାରୁ କିଛିମାତ୍ରାରେ ମୁକ୍ତି ମିଳିବ । ଆପଣ ଯେଉଁ କାର୍ଯ୍ୟ କରିବାକୁ ଭାବି ନଥିବେ ସେହି କାର୍ଯ୍ୟ ଅତି ସହଜ ସରଳରେ ହୋଇଯିବ । ଏବର୍ଷ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବା କାରଣରୁ ଯେକୌଣସି ସରକାରୀ ସାହାଯ୍ୟ ପାଇବା ଫଳରେ ମନରେ ଉତ୍ସାହ ବୃଦ୍ଧି ପାଇବ।
୨୦୨୩ରେ ବ୍ୟବସାୟୀ ମାନଙ୍କର କାରବାରରେ ଗତିରେ ପରିବର୍ତ୍ତନର ହେବାର କୌଣସି ଆଶଙ୍କା ନାହିଁ । ବ୍ୟବସାୟରେ ସମୟେ ସମୟେ ଉତ୍ଥାନ ପତ୍ତନରେ ସମ୍ମୁଖୀନ ହେଲେ ମଧ୍ୟ ନିଜ ପରିଶ୍ରମ ମାଧ୍ୟମରେ ସଫଳତା ପାଇପାରିବେ । ଏବର୍ଷ ମିତ୍ରଙ୍କ ସାହାଯ୍ୟ ସହଯୋଗରେ ଅତ୍ୟନ୍ତ ଶୁଭ ଫଳ ମିଳିବ ।
ଏବର୍ଷ ସନ୍ତାନମାନେ ଉଚ୍ଚଶିକ୍ଷାରେ ଲାଭ କରିବା ଫଳରେ ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ଲାଭ କରିବେ। ଏବର୍ଷ ନୈତିକତା ଦୃଷ୍ଟିରୁ ଦେଖିଲେ ଶ୍ରେଷ୍ଠସ୍ଥାନ ଲାଭ କରିବା ସହ ପ୍ରତିଷ୍ଠା, ପ୍ରତିପତ୍ତି ଓ ମାନସମ୍ମାନ କ୍ଷାତି ଅର୍ଜନ କରିବାର ସୁଯୋଗ ପାଇ ନିଜକୁ ଧନ୍ଯ ମନେ କରିବେ। ମୀନରାଶିର ବ୍ଯକ୍ତିମାନଙ୍କର ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିପାରିବେ । ଯେଉଁ ମାନଙ୍କର ପରିବାରରେ ସମସ୍ଯା ଲାଗିରହିଥିବ ସେମାନେ ଏବର୍ଷ କିଛିମାତ୍ରାରେ ସମସ୍ୟାରୁ ମୁକ୍ତି ପଇବେ । ଏ ବର୍ଷ ଭୁଲ ବୁଝାମଣାର ସମାଧାନ ହୋଇ ବୈବାହିକ ଜୀବନରେ ସୁଖ ଶାନ୍ତି ପରିଲକ୍ଷିତ ହେବ। ନିଜର ଦୁଷ୍ଟ ଭାବନା ବା କଥାବାର୍ତ୍ତା ଉପରେ ବିଶେଷ କରି ଧ୍ୟାନ ଦିଅନ୍ତୁ ସଫଳ ପାଇପାରିବେ।
ଏବର୍ଷ ନିଜର ଜୀବନସାଥୀଙ୍କ ସହିତ କଥାବାର୍ତ୍ତା କରିବା ବେଳେ ନିଜର କଟୁଶବ୍ଦ ପ୍ରତି ସାବଧାନ ରହିବା ନିହାତି ଆବଶ୍ୟକ ନଚେତ ଅନ୍ୟଥା ଜୀବନସାଥୀ କ୍ରୋଧିତ ହୋଇ ଶାନ୍ତିପୂର୍ଣ୍ଣ ବାତାବରଣ ଅତ୍ୟନ୍ତ ଅଶାନ୍ତ ହୋଇଯିବ। ଏବର୍ଷ ଆପଣଙ୍କର ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଖାରାପ ରହିବା କାରଣରୁ ପ୍ରାୟ ସମୟ ଆପଣ ଚିନ୍ତିତ ରହିବେ । ଏବର୍ଷ ନିଜର ମା ଏବଂ ସ୍ତ୍ରୀଙ୍କର ପୁରୁଣା ରୋଗରେ କଛି ବୃଦ୍ଧି ପାଇବା ହେତୁ ଆପଣ ପାଇଁ ଚିନ୍ତାର ମୁଖ୍ୟ କାରଣ ହେବ।
ମୀନରାଶିରେ ଜାତ ବ୍ଯକ୍ତି ମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍ କାରଣ ତାଙ୍କ ସ୍ବାସ୍ଥ୍ୟରେ କିଛି ସମସ୍ୟା ରହୁଛି। ଏବର୍ଷ ବିଶେଷ କରି ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେବା ସହ ବ୍ୟାୟାମ କରିବା ଆବଶ୍ୟକ ନିହାତି ଆବଶ୍ୟକ। ଏବର୍ଷ ପରିବାରର ସମ୍ପର୍କୀୟଙ୍କ ଯେକୌଣସି ଘଟଣା ଯୋଗୁ ବ୍ୟତିବ୍ୟସ୍ତ ହୋଇପଡିବେ।
ଏବର୍ଷ ପ୍ରେମ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଯେକୌଣସି ମିତ୍ରଙ୍କ ମଧ୍ୟସ୍ଥତା ଦ୍ଵାରା ସମାଧାନ ହେବ । ମୀନରାଶିର ବ୍ଯକ୍ତିମାନଙ୍କର ହସଖୁସିର ମନୋରଞ୍ଜନ, ନୃତ୍ୟ ଗୀତ, ମଉଜ ମଜିଲିସ୍ ରେ ମଜ୍ଜି ରହିବା ସହିତ ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସମସ୍ତ ସୁଯୋଗ ପାଇ ପାରିବେ । ଏବର୍ଷ ଅଶୁଭ ଗ୍ରହଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଏବର୍ଷ କର୍ମ କ୍ଷେତ୍ରରେ ଉନ୍ନତି ଓ ପ୍ରଗତି ମିଳି ପାରିବାର ଯୋଗ ରହିବ। ମୀନ ରାଶିରେ ଜନ୍ମିତ ସରକାରୀ କର୍ମଚାରୀ ମାନେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁ, ଅତ୍ୟାଧିକ କଠିନ ପରିଶ୍ରମ ହେତୁ ସେମାନେ ଅତ୍ୟାଧିକ ଶାରିରୀକ ଓ ମାନସିକ କଷ୍ଟ ପାଇ ପାଇବେ । ମୀନରାଶିର ବ୍ଯକ୍ତିମାନେ
ସତର୍କତାର ସହ ନ ଚାଲିଲେ ଓ ବ୍ୟବହାର ବା କଥାବାର୍ତ୍ତାରେ ସଂଜମତା ନ ରହିଲେ, ନବୁଝି ନବୁଝି ଯେ କୌଣସି ଭୁଲ୍ କାମ କରିଲେ ପଛରେ ପଶ୍ଚାତାପ କରି ପାରନ୍ତି । ଏବର୍ଷ ରାଜନୀତି କ୍ଷେତ୍ରରେ ଆପଣ ମନଇଛା କାମ କଲେ କୌଣସି ପ୍ରକାର ଅସୁବିଧାରେ ପଡି ପାରନ୍ତି ସତର୍କତା ହସ କାର୍ଯ୍ଯ ନକରିବେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।
ପ୍ରତିକାର-
୧- ପ୍ରତ୍ୟେକ ଦିନ କଦଳୀଗଛ ମୂଳକୁ ସଫାରଖି ପ୍ରତ୍ୟେକ ଗୁରୁବାରଦିନ ଗଛ ମୂଳରେ ହଳଦୀ ପାଣିଦେଇ ସଂନ୍ଧ୍ଯାରେ ଧୂପ ଦେଇ ପ୍ରଣାମ କରିବେ।
୨- କୌଣସି ଦିନ କଦଳୀଗଛରୁ ପତ୍ର କାଟିବେ ନାହିଁ।
୩- ପ୍ରତ୍ୟେକ ଦିନ ଗୋଟା ହଳଦୀ ଘୋରି ମସ୍ତକରେ ଟୋପାକରି ଧାରଣ କରନ୍ତୁ।
୪- ପ୍ରତ୍ୟେକ ଗୁରୁବାର ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ଓ ସାତଥର ପ୍ରଦକ୍ଷିଣ କରନ୍ତେ।
୫- ଖଣ୍ଡ ହଳଦୀ ବାଟି ଅଳ୍ପ ପାଣିରେ ମିଶେଇ ପ୍ରତ୍ୟେକ ଗୁରୁବାରଦିନ ଗାଧାନ୍ତୁ।
୬- ପ୍ରତ୍ୟେକ ଶନିବାର ଦିନ ମହାବୀରଙ୍କ ମନ୍ଦିରରେ ରାଶିତେଲର ଦୀପଟିଏ ଜଳାଇ ଦିଅନ୍ତୁ।
୭- ପ୍ରତ୍ୟେକ ମଙ୍ଗଳବାର ଦିନ ନିଜର ସମର୍ଥ ନୁସାରେ କିଛି ବୁନ୍ଦି ଲଡୁ ମହାବୀରଙ୍କ ମନ୍ଦିରରେ ଭୋଗକରି ଛୋଟ ପିଲାଙ୍କୁ ବାଣ୍ଟିଦେବେ।
Mahaveer Astrology
Pandit Nirakar Biswal
Plot No - MA 57,
GGP Colony,
Rasulgarh,
Bhubaneswar 25,
Odisha,
Mob no 7978654981
9438804434
No comments:
Post a Comment