Follow us on Facebook

Responsive Ads Here

Friday, January 13, 2023

Kumbh Rashi Horoscope 2023. Is 2023 Important for you.Kumbh Rashi phala 2023 Check it.

 

କୁମ୍ଭରାଶି:-


ଇଂରାଜୀ ନବବର୍ଷ ୨୦୨୩ କେମିତି କଟିବ ସମସ୍ତ ମକର ରାଶିରେ ଜନ୍ମିତ ବ୍ଯକ୍ତିମାନଙ୍କର,  କଣ କହୁଛି ମକର ରାଶିର ଗ୍ରହ ନକ୍ଷତ୍ର ଓ ଗୋଚର ନୁସାରେ ବାର୍ଷିକ ଫଳ….…


୨୦୨୩ରେ କେମିତି କରିବେ ସମସ୍ତ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର….…


ନୂଆବର୍ଷ ଏହି ନୂଆ ବର୍ଷରେ ନୂଆ  ନୂଆ ଯୋଜନା ନୂଆ ନୂଆ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି ବର୍ଷସାରା  କିପରି ରହିବ,


ଏବର୍ଷ ଶିକ୍ଷା କ୍ଷେତ୍ରରେ କିପରି ହେବ,


ବର୍ଷସାରା ସ୍ୱାସ୍ଥ୍ୟ ସମସ୍ଯା କିପରି ରହିବ,


ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ,


ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ ।


ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତା ରହିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ମକର ରାଶିରେ ୨୦୨୩ମସିହାରେ  ଗୋଚର ଫଳ ନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ କଣରହିଛି……


୨୦୨୩ବର୍ଷ ଆରମ୍ଭରୁ

ଧନୁରାଶିରେ ରବିବୁଧ, ମେଷରାଶିରେ ଚନ୍ଦ୍ରରାହୁ, ବୃଷରେ ମଙ୍ଗଳ, ମକରରେ ଶୁକ୍ରଶନି। ମୀନରାଶିରେ ବୃହସ୍ପତି, ତୁଳାରାଶିରେ କେତୁ ଥିବା

ସମୟରେ ୨୦୨୩ବର୍ଷ ଆରମ୍ଭ ହେଉଛି।


ବୃହସ୍ପତି ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ପ୍ରାୟତ ବର୍ଷଶେଷ ପର୍ଯ୍ୟନ୍ତ ରହିବେ। ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ ।


ମକର ରାଶିରେ ଜନ୍ମିତ ବ୍ୟକ୍ତିଙ୍କର 

ବରିଷ୍ଠ କର୍ମଚାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନା ହୋଇ କର୍ମ କ୍ଷେତ୍ରରେ ଅତ୍ୟନ୍ତ ଶାନ୍ତି ମିଳିବ। ଏମାନଙ୍କର କର୍ମକ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଭଲ ଫାଇଦା ପାଇବା ସହିତ ଏମାନେ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ ଏବଂ ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଥିବେ ସେହିମାନେ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ସଫଳତା ଅର୍ଜନ ପାଇପାରିବେ। ଏମାନଙ୍କର ସ୍ଥିତି ବହୁତ ଭଲ ରହିବ। କୁମ୍ଭ ରାଶିର ଜନ୍ମିତ ବ୍ଯକ୍ତିମାନେ ଯେଉଁମାନେ ବିଦେଶରେ ରହି ପାଠ ପଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅତ୍ୟନ୍ତ ଫାଇଦା ପାଇବାର ସମ୍ଭାବନା ଅଛି। କୁମ୍ଭରାଶିରେ ଜନ୍ମିତ ବ୍ଯକ୍ତିମାନେ ମାଲିମୋକଦ୍ଦମା ଖେଳ କୁଦ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ପରୀକ୍ଷାରେ ଅତ୍ୟନ୍ତ କୃତକାର୍ଯ୍ୟ ହେବେ। ଏମାନେ ଲୋକଙ୍କୁ ନିଜର କରି ପାରିବାର ଗୁଣ ଅଧିକ ।

ଏ ମାନେ ପ୍ରାୟତ ନିଜ ବାପାମାଆଙ୍କ ଅପେକ୍ଷା ଶାଶୁ ଶଶୁରଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତି। ଏମାନଙ୍କର କ୍ୟାରିୟରରେ ପ୍ରବଳ ଉନ୍ନତି ଥାଏ। ଏମାନଙ୍କର ବାହାର ଲୋକଙ୍କୁ ନିଜ ବଶରେ ରଖିବାର ଗୁଣ ଅଧିକ।  ଏମାନେ ଖୋଜୁଥିବା ବ୍ୟକ୍ତିମାନଙ୍କୁ କର୍ମରେ ନିଯୁକ୍ତି କରିବାରେ ଚେଷ୍ଟା ଓ ପରିଶ୍ରମ କରନ୍ତି ଏବଂ ସଫଳ ମଧ୍ଯ ହୁଅନ୍ତି କିନ୍ତୁ ସାହାଯ୍ଯ କରିଥିବା ଲୋକମାନେ ଏମାନଙ୍କୁ ଭୁଲି ଯାଆନ୍ତି। ଏମାନଙ୍କୁ ବ୍ୟବସାୟରେ ଅତ୍ଯନ୍ତ ପ୍ରେରଣା ଓ ଆର୍ଥିକ ସହାୟତାରେ ଲାଭ ପ୍ରାପ୍ତ ହୁଏ। ଏମାନେ କୌଣସି ନୂଆ ପ୍ରୋଜେକ୍ଟ ଆରାମରେ ଆରମ୍ଭ କରି ପାରିବେ । କୁମ୍ଭରାଶି ବ୍ଯକ୍ତିମାନେ ବ୍ୟବସାୟ କ୍ଷେତ୍ରରେ ଟଙ୍କା ନିବେଶ କରିଲେ ଅତ୍ୟନ୍ତ ଉର୍ନତି ହେବା ସହ ଏମାନଙ୍କୁ  ସମସ୍ତ ଚିନ୍ତାରୁ ମୁକ୍ତି ମିଳିଥାଏ। ଏମାନେ ପ୍ରାୟତ ଖୋଲା ହ୍ରୃଦୟର ନୁହଁନ୍ତି।

ବୁଦ୍ଧିଜୀବି ମାନଙ୍କ ସହିତ ଏମାନଙ୍କର ସୁସମ୍ପର୍କକୁ ମଜବୁତ୍ କାରିବାରେ ଏମାନେ ସଫଳ ହୁଅନ୍ତି । କୁମ୍ଭରାଶି ବ୍ଯକ୍ତିମାନଙ୍କର 

ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ପର୍କରୁ ଅତ୍ଯନ୍ତ ଲାଭବାନ ହେବେ।ଏମାନଙ୍କର କୌଣସି ବରିଷ୍ଠ ରାଜନେତାଙ୍କ ସୁ ପରାମର୍ଶ କ୍ରମେ ନିର୍ବାଚନର ସୁଯୋଗ ପାଇପାରିବେ। ରାଜନୈତିକ କ୍ଷେତ୍ରରେ ଏମାାଙ୍କ ଙ୍କର ପ୍ରତି ଉଦାର ଓ ଦୟାଳୁ ଭାବ ଜାଗ୍ରତ ହେବା ଫଳରେ ଏମାନଙ୍କର ଲକ୍ଷ୍ୟ ପୁରଣ ହେବ । ଏମାନେ ନିଜର ଲକ୍ଷପ୍ରତି ସଜାଗ ହୋଇ ଶତୃଙ୍କ ସହିତ ସାମ୍ନା କରିପାରିବେ । ଏମାନେ ନିଜର ଦକ୍ଷତାକୁ କେନ୍ଦ୍ରକରି ଏମାନଙ୍କର  ଉଚ୍ଚ ମାନ୍ୟତା ବୃଦ୍ଧି ହେବ ।କୁମ୍ଭ ରାଶିର ସ୍ତ୍ରୀଲୋକ ଏବଂ ପୁରୁଶ ମାନେ ଶାରୀରିକ କ୍ଷେତ୍ରରେ ଉନ୍ନତି ହେବା ସହ ସାଙ୍ଗ ସାଥିଙ୍କ ସହ ଦୁରସ୍ଥାନକୁ ଭ୍ରମଣ କରିବା ପାଇଁ ଯାଇ ପାରନ୍ତି ।

ଆପଣଙ୍କର ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟ ଧିରେଧିରେ ପୂର୍ଣ୍ଣ ହେବ ।

ଏବର୍ଷ ଆପଣଙ୍କର ନଷ୍ଟ ହୋଇଥିବା ମାନ ସନ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ଆନନ୍ଦିତ ହେବାର ଯୋଗ ରହିଛି । ଏବର୍ଷ ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ନିଜକୁ ଧନ୍ଯବାଦ ଦେଇ ପାରନ୍ତି । କୁୁମ୍ଭରାଶିର ବ୍ଯକ୍ତିମାନେ ଏବର୍ଷ ନୂଆ ନୂଆ ପ୍ଳାନମାନ ଚିନ୍ତା କରିବେ । ଏବର୍ଷ ୨୦୨୩ରେ ନୂତନ ଯାନବାହନ କ୍ରୟ କରିବାର  ସୁଯୋଗ ପାଇପାରିବେ । 

ଏପ୍ରିଲ ମାସ ପର ଠାରୁ ଗୁରୁ ବଳଶାଳି ଭାବରେ ମେଷ ରାଶିରେ ରହିବେ ଯାହା ଫଳରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ କାରଣ ଏବର୍ଷ ଆପଣଙ୍କର ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖା ଦେଇପାରେ । ଆପଣ ଶତୃଙ୍କଠାରୁ ଦୂରେଇ ନରହିଲେ ପସ୍ତାତାପ କରିବେ । ନିଜର କ୍ରୋଧ ନିଜ ଉପରେ ନିୟନ୍ତ୍ରଣ ରଖବେ କାରଣ କିଛି ସମୟ ପାଇଁ ନିଜର ଲକ୍ଷରେ ଭ୍ରମିତ ହେବେ ।

ଏବର୍ଷ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ଯୋଗ ରହିଛି । ଏବର୍ଷ ଜୀବନସାଥିଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହିବା କାରଣରୁ ମାନସିକ ଦୁଶ୍ଚନ୍ତା ଦେଖାଦେବ। ଏବର୍ଷ ଆପଣଙ୍କର ପିତାଙ୍କ ପ୍ରତି ବିଶେଷ ଧ୍ୟାନ ଦେବେ ନଦେଲେ ପିତାଙ୍କ ପ୍ରତି ବିପଦ ରହିଛି।

ପ୍ରତିକାର:-

୧- ପ୍ରତ୍ୟେକ ଶନିବାର ଦିନ ମହାବୀର ମନ୍ଦିର ଯାଇ ରାଶି ତେଲର ଦୀପ ଟିଏ ଲଗାନ୍ତୁ।

୨- ପ୍ରତ୍ୟେକ ଗୁରୁବାରଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦେଇ ପ୍ରଣାମ କରନ୍ତୁ।

 ୩- ଅସହାୟ ମାନଙ୍କୁ ନିଜର ସମ୍ବଳନୁସାରେ ସାହାଯ୍ୟ କରନ୍ତୁ।

୪- ପାଣିରେ କିଛି ଲୁଣ ଓ କିଛି ଗୋମୂତ୍ର ପକାଇ ଘରକୁ ପ୍ରତ୍ୟେକ ଶନିବାର ଦିିନ ପୋଛନ୍ତୁ।

୫- ମାଆବାପା, ଗୁରୁଙ୍କୁ ପ୍ରଣାମ କରି କିଛି ମିଷ୍ଟାନ୍ନ ଖାଦ୍ଯ ଖାଇବାକୁ ଦିଅନ୍ତୁ।

୬- ପ୍ରତ୍ୟେକ ଦିନ ଗୋମାତାକୁ କିଛି ଘାସ କିମ୍ବା ଗୋଖାଦ୍ୟ ଖାଇବାକୁ ଦିଅନ୍ତୁ।

୭- ଘରର ଛାତ ଉପରେ କିଛି ପାଣି ରଖି ପକ୍ଷୀ ମାନଙ୍କୁ ପିଇବାକୁ ଦିଅନ୍ତୁ।

୮- ପ୍ରତ୍ୟେକ ଦିନ ଘରେ ହନୁମାନ ଚାଳିଶା ପାଠ କଯନ୍ତୁ।




Mahaveer Astrology

Pandit Nirakar Biswal

Plot No - MA 57, 

GGP Colony,

Rasulgarh,

Bhubaneswar 25,

Odisha,

Mob no 7978654981

              9438804434

No comments:

Post a Comment