Follow us on Facebook

Responsive Ads Here

Monday, January 2, 2023

Sagittarius Horoscope 2023. Is 2023 Important for you. Dhanu rashi phala 2023 Check it.

 

ଧନୁରାଶି:-



ଇଂରାଜୀ ନବବର୍ଷ ୨୦୨୩ କେମିତି କଟିବ ସମସ୍ତ ଧନୁରାଶିରେ ଜନ୍ମିତ ବ୍ଯକ୍ତିମାନଙ୍କର,  କଣ କହୁଛି ଧନୁରାଶିର ଗ୍ରହ ନକ୍ଷତ୍ର ଓ ଗୋଚର ନୁସାରେ ବାର୍ଷିକ ଫଳ….…

୨୦୨୩ରେ କେମିତି କରିବେ ସମସ୍ତ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର….…

ନୂଆବର୍ଷ ଏହି ନୂଆ ବର୍ଷରେ ନୂଆ  ନୂଆ ଯୋଜନା ନୂଆ ନୂଆ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି ବର୍ଷସାରା  କିପରି ରହିବ,

ଏବର୍ଷ ଶିକ୍ଷା କ୍ଷେତ୍ରରେ କିପରି ହେବ,

ବର୍ଷସାରା ସ୍ୱାସ୍ଥ୍ୟ ସମସ୍ଯା କିପରି ରହିବ,

ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ

ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ ।

ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତା ରହିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ଧନୁରାଶିରେ ୨୦୨୩ମସିହାରେ  ଗୋଚର ଫଳ ନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ କଣରହିଛି…….।

୨୦୨୩ବର୍ଷ ଆରମ୍ଭରୁ

ଧନୁରାଶିରେ ରବିବୁଧ, ମେଷରାଶିରେ ଚନ୍ଦ୍ରରାହୁ, ବୃଷରେ ମଙ୍ଗଳ, ମକରରେ ଶୁକ୍ରଶନି। ମୀନରାଶିରେ ବୃହସ୍ପତି, ତୁଳାରାଶିରେ କେତୁ ଥିବା ସମୟରେ ୨୦୨୩ବର୍ଷ ଆରମ୍ଭ ହେଉଛି।

ବୃହସ୍ପତି ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ପ୍ରାୟତ ବର୍ଷଶେଷ ପର୍ଯ୍ୟନ୍ତ ରହିବେ। ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ ।

ଧନୁରାଶିରେ ଜନ୍ମିତ ବ୍ଯକ୍ତିମାନଙ୍କ ପାଇଁ ୨୦୨୩ ମସିହାରେ ଶୁଭ ଫଳ ପ୍ରାପ୍ତି ହେବ । ଏବର୍ଷ ଗ୍ରହରାଜ ଶନିଦେବ ବଳବାନ ଭାବରେ ରହୁଥିବାରୁ….

ଏବର୍ଷ ଧନୁରାଶିର ବ୍ୟକ୍ତିଙ୍କର ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ସହ ନୂତନ ସମ୍ପର୍କ ବୃଦ୍ଧି ପାଇବ। ଏବର୍ଷ ଧନୁରାଶିର ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହେବା ସହ ବିଦେଶ ଯାତ୍ରା କରିବାର ଯୋଗ ରହିଛି। ଧନୁରାଶି ବ୍ଯକ୍ତିଙ୍କର ଏବର୍ଷ ଜାଗା, ଜମି, ଗୃହ ଯାନ ବାହନଆଦି କ୍ରୟ  କରିବାର ସୁଯୋଗ ପାଇବେ ସହ ନୂତନ ବନ୍ଧୁ ସମ୍ପର୍କ ବୃଦ୍ଧିପାଇବ….

୨୦୨୩ ମସିହା ଏପ୍ରିଲମାସ ୨୧ ତାରିଖପରେ ଧନୁରାଶିର ଭାଗ୍ୟର କିଛି ମାତ୍ରାରେ ପରିବର୍ତ୍ତନ ହେବାର ଯୋଗ ରହିଛି। କିନ୍ତୁ ସମୟକୁ ସତ୍ ମାର୍ଗରେ ନେବାପାଇଁ ଆପ୍ରାଣପଣ ଚେଷ୍ଟା କରିବା ସହ  ନିଜର ଦକ୍ଷତା ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ  ।

୨୦୨୩ବର୍ଷ ଫ୍ରେବୃୟାରୀ ମାସ ପରେ ପରିବାରରେ ଶୁଭକାର୍ଯ୍ୟ ଅନୁଷ୍ଟିତ ହେବ।

ଏବର୍ଷ ଅର୍ଥ କାରବାର ଟଙ୍କା ନେଇଥିବା ଲୋକ କିମ୍ବା ଟଙ୍କା ଦେଉନଥିବା ଲୋକ ଏବଂ ସାହାଯ୍ୟ ନେଇ ଠକୁଥିବା ଲୋକଙ୍କଠାରୁ ସମସ୍ତ ଅର୍ଥପ୍ରାପ୍ତି ହେଇଯିବାର ଯୋଗ ରହିଛି। ଏବର୍ଷ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଭଲ ରହିବା ଫଳରେ ଆପଣ କିଛି ବଡ ଯୋଜନାରେ ଟଙ୍କା ବିନିଯୋଗ କରିପାରିବେ….

ଏବର୍ଷ ଆପଣଙ୍କର ମୂଖ୍ଯତ ତୃତୀୟ ସ୍ଥାନରେ ଶନଦେବ ରହୁଥିବା କାରଣରୁ ନୂତନ ସମ୍ପତ୍ତି କିଣିପାରିବେ।

ଧନୁରାଶିକୁ ହଠାତ୍ ମୋଟାଅଙ୍କର ଟଙ୍କାଲାଭ ହେବାର ଯୋଗ ରହିଛି ଏବଂ ବେଳେ ବେଳେ ବଡଧରଣର ଆୟ ପାଇଁ ବିକଳ୍ପ ପନ୍ଥା ସୃଷ୍ଟି କରିବେ….।

ଏବର୍ଷ ଧନୁରାଶିରେ ଅଚାନକ ଆୟ ବୃଦ୍ଧି ହେତୁ ପୁରୁଣା ଋଣ ପରିଶୋଧ କରିବାର ସୁଯୋଗ ପାଇ ପାରିବେ ।

ଏବର୍ଷ ଧନୁରାଶିରେ ବୈବାହିକ ଜୀବନ ସୁଖମୟ ହେବାର ଅନୁଭବ କରିବେ।

ଏବର୍ଷ ଆପଣଙ୍କର ମାମୁଘର ସହିତ ଉତ୍ତମ ସମ୍ପର୍କ ବୃଦ୍ଧିପାଇବ। ଲୋକମାନେ ଆପଣଙ୍କୁ ଅତି ବୁଦ୍ଧିମାନ ବା ଚତୁର ବ୍ୟକ୍ତିଭାବରେ ସମ୍ମାନ ଦେବେ। ଏବର୍ଷ ଆପଣଙ୍କୁ ଆପଣଙ୍କ ଜୀବନସାଥୀ ବହୁତ ସାହାଯ୍ୟ କରିବେ।

ଏବର୍ଷ ବର୍ଷା ଋତୁରେ ଆପଣଙ୍କର ଯେକୌଣସି ସ୍ଥାନକୁ ବୁଲିବାକୁ ଯିବାର ଯୋଗ ରହିଅଛି।

ଯେକୈଣସି ବ୍ୟକ୍ତିଙ୍କ ଠାରୁ ସୁଖ ଖବର ପାଇବେ ଆନନ୍ଦିତହେବେ। ୨୦୨୩ରେ ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇ ପାରିବେ ।

ଯଦି କୌଣସି ବ୍ୟକ୍ତିଙ୍କ ସହ ବାଦ ବିବାଦ ଲାଗିରହିଥାଏ ତାହାମଧ୍ୟ ସମାଧାନ ହେଇଯିବାର ସୁଯୋଗମିଳିବ।

ଗୃହରେ ଯେକୌଣସି ଧର୍ମ କାର୍ଯ୍ୟ ଅନୁଷ୍ଠିତ ହେବା ସହ ପୈତୃକ ସମ୍ପତ୍ତିକି ନେଇ ଲାଗିଥିବା ବାଦ ବିବାଦର ସମାଧାନ ହୋଇଯିବାର ସୁଯୋଗ ମିଳିବ…..

ଅବିବାହିତ ପୁଅ ଝିଅ ମାନଙ୍କ ପ୍ରେମ ବିବାହ ସମ୍ବନ୍ଧରେ ସମସ୍ତ ସମସ୍ୟା ଆସି ଯାଇପାରେ ତଥାପି ଗୃହରେ ମାଙ୍ଗଳିକ କାର୍ଯ୍ୟ ହବାର ସମ୍ଭାବନା ରହିଛି। ଧନୁରାଶିର ବ୍ୟକ୍ତିଙ୍କର ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ରରେ ଏଅଂ ଫଟୋଗ୍ରାଫି କ୍ଷେତ୍ରରେ ବ୍ଯବସାୟୀଙ୍କ ପାଇଁ ଶୁଭଫଳ ଆଣିବାର ଯୋଗ ରହିବ…

ବିଶେଷ କରି ମିଠାଦ୍ରବ୍ୟ ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ବ୍ୟବସାୟୀମାନେଏହି ସଂସ୍ଥାର ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।

ଏବର୍ଷ ଧନୁରାଶିର ବିଦ୍ୟାର୍ଥୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ଉତ୍ତମ ସ୍ଥାନରେ ପଢ଼ିବାର ସୁଯୋଗ ପାଇପାରିବେ । ଉଚ୍ଚଶିକ୍ଷା ଅନ୍ନ ବ୍ଯକ୍ତିଙ୍କ ପାଇଁ ବିଦେଶଯାତ୍ରା କରି ପାରିବେ। ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି  ଖେଳକୁଦ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ସହ ଆଶା କରୁଥିବା କାର୍ଯ୍ଯରେ ସଫଳ ପାଇବାର ଯୋଗ ରହିଛି।

ଏବର୍ଷ କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।


ପ୍ରତିକାର:-


୧- ପ୍ରତ୍ୟେକ ଦିନ ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ନଚେତ ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

୨- ପ୍ରତ୍ୟେକ ଗୁରୁବାର ଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ।

୩- ପ୍ରତ୍ୟେକ ସଂନ୍ଧ୍ଯାରେ କଦଳୀଗଛ ମୂଳରେ ଧୂପ ଦେଇ ମାଆବାପା, ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୪- ପ୍ରତ୍ୟେକ ଗୁରୁବାର ଦିନ ଗୋମାତାକୁ ଗୁଡ ବୁଟଡାଲି ସହ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ।

୫- ପ୍ରତ୍ୟେକ ଗୁରୁବାରଦିନ ହଳଦୀ ଲଗେଇ ସ୍ନାନ କରିବେ।

୬- ପ୍ରତ୍ୟେକ ଗୁରୁବାରଦିନ ମା ଲକ୍ଷ୍ମୀଙ୍କର ମାର୍ଜଣା କରନ୍ତୁ।

୭- ପ୍ରତ୍ୟେକ ଗୁରୁବାରଦିନ ନିରାମିଷ ଭୋଜନ କରିବା ସହ କ୍ଷୁର ହେବ ବର୍ଜନ କରନ୍ତୁ।


Mahaveer Astrology

Pandit Nirakar Biswal

Plot No - MA 57, 

GGP Colony,

Rasulgarh,

Bhubaneswar 25,

Odisha,

Mob no 7978654981

              9438804434

No comments:

Post a Comment