Follow us on Facebook

Responsive Ads Here

Monday, January 2, 2023

Scorpio Horoscope 2023. Is 2023 Important for you. Bichha rashi phala 2023 Check it.

 

ବିଛାରାଶି:-

ଇଂରାଜୀ ନବବର୍ଷ ୨୦୨୩ କେମିତି କଟିବ ସମସ୍ତ ବିଛା ରାଶିରେ ଜନ୍ମିତ ବ୍ଯକ୍ତିମାନ ଙ୍କର,  କଣ କହୁଛି ସେମାନଙ୍କର ଗ୍ରହ ନକ୍ଷତ୍ର ଓ ଗୋଚର ଫଳ….…

୨୦୨୩ରେ କେମିତି କରିବେ ସମସ୍ତ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର….…

ନୂଆବର୍ଷ ଏହି ନୂଆ ବର୍ଷରେ ନୂଆ  ନୂଆ ଯୋଜନା ନୂଆ ନୂଆ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି ବର୍ଷସାରା  କିପରି ରହିବ,

ଏବର୍ଷ ଶିକ୍ଷା କ୍ଷେତ୍ରରେ କିପରି ହେବ,

ବର୍ଷସାରା ସ୍ୱାସ୍ଥ୍ୟ ସମସ୍ଯା କିପରି ରହିବ,

ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ

ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ ।

ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତା ରହିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ  ବିଛାରାଶିର ଗୋଚର ଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

୨୦୨୩ବର୍ଷ ଆରମ୍ଭରୁ ଧନୁରାଶିରେ ରବିବୁଧ।

ମେଷରାଶିରେ ଚନ୍ଦ୍ରରାହୁ।

ବୃଷରେ ମଙ୍ଗଳ।

ମକରରେ ଶନିଶୁକ୍ର।

ମୀନରାଶିରେ ଗୁରୁ।

ତୁଳାରାଶିରେ କେତୁ ଥିବା ସମୟରେ ବର୍ଷ ଆରମ୍ଭ ହେଉଛି।

ଏବର୍ଷ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ଗୁରୁ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ମେଷରାଶିରେ ଅବସ୍ଥାନ ରହିବେ। ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ଏବଂ ଜାନୁୟାରୀ ମାସ ୨୨ତାରିଖରେ ଶୁକ୍ର କୁମ୍ଭ ରାଶିକୁ ଗମନ କରିବା କାରଣରୁ ବିଛାରାଶିଫଳ କିଛିମାତ୍ରାରେ ଶୁଭଫଳ ମିଳିବ। 

ଗତବର୍ଷ ତୁଳନାରେ ଏ ବର୍ଷ ତୁଳାରାଶିର ବ୍ଯକ୍ତି ମାନେ ଅଧିକ ଧନ ଲାଭ ଯୋଗ ରହିବ।

ଆପଣ ମୁଖ୍ୟତ ଏବର୍ଷ ଅଳଙ୍କାର କ୍ରୟ କରି ପାରିବେ।

ଏବର୍ଷ ଗୁରୁ ସନ୍ତାନ ଭାବରେ ଥିବାରୁ ସନ୍ତାନ ପ୍ରାପ୍ତି ଯୋଗ ରହିବ ।

ଏବର୍ଷ ଆରମ୍ଭରୁ ଅଚାନକ ଧନ ପ୍ରାପ୍ତ ହୋଇ ଆର୍ଥିକ ପରିସ୍ଥିତି ଆପଣଙ୍କର ବହୁତ ଭଲ ରହିବ। 

ଏବର୍ଷ ଆରମ୍ଭରୁ ପଞ୍ଚମ ସ୍ଥାନରେ ଗୁରୁ ରହୁଥିବା କାରଣରୁ ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇପାରିବେ ।

ବିଦ୍ୟାର୍ଥୀମାନେ ନିଜର ପାଠପଢକୁ ସଫଳ କରିବାରେ ସକ୍ଷମ ହେବେ । ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବ। ନୂତନ ବ୍ୟବସାୟ ପାଇଁ ଯୋଜନା କଲେ ତାହା ଚିରସ୍ଥାୟୀ ହେବ। ବ୍ୟବସାୟରେ ସଫଳତା ମିଳିବା ପାଇଁ ନିଜର ସାଙ୍ଗମାନଙ୍କ ଦ୍ବାରା କର୍ମଚାରୀ ମାନେ ବେସୀ ଉପକୃତ ହେବେ। ବ୍ୟବସାୟୀ ମାନଙ୍କର ଆୟ ବୃଦ୍ଧି ପାଇବା ପାଇଁ ସେମାନେ ବ୍ୟବସାୟ ବିସ୍ତାର କରିବା ପାଇଁ ତଥାପି….

ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଯେଉଅଁମାନେ ଔଷଧ ନିବେଶ କିମ୍ବା ବିକ୍ରୟ କରୁଥିବେ ସେହି ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।

ଯେଉଁମାନେ ସୋର୍ଣ୍ଣ ରୌପ୍ୟାଦି ଧାତୁଦ୍ରବ୍ୟ ବ୍ଯବସାୟୀ ମାନେ ବହୁତ ଲାଭବାନ ହେବେ।ଯେଉଁମାନଙ୍କର ଖାଇବାତେଲ, କାଚଦ୍ରବ୍ୟ, ଅତର ବା ସେଣ୍ଟର ବ୍ଯବସାୟୀଙ୍କ ପାଇଁ ପ୍ରତିକାର ଆବଶ୍ୟକ। ଯେଉଁମାନଙ୍କର ଷ୍ଟେସେନାରୀ

 ରେଡିମେଡ, କପଡା, ଶାଢୀ, ଲୁଗା, ସଉକୀନ୍ ଦ୍ରବ୍ୟ ବ୍ୟବସାୟ କରୁଥିବେ ସେମାନେ ପ୍ରବଳ ଲାଭ ପାଇବେ ।

୨୦୨୩ରେ ବିଛାରାଶିର ବ୍ଯକ୍ତିମାନେ ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ କ୍ଷାତି ଓ ମାନ୍ୟତା ଅର୍ଜ୍ଜନ କରିବେ ।ଯେଉଁମାନଙ୍କର ନିଜ କାର୍ଯ୍ୟରେ ବିଶ୍ବାସ ଥିବ ସେମାନେ କୃତିତ୍ଵ ଲାଭ କରିବେ ସହ ଆତ୍ମ ବିଶ୍ଵାସ ବୃଦ୍ଧି ହେବା ସହ ଧୈର୍ଯ୍ୟ, ସାହସ, ବଳ, ବୃଦ୍ଧି ପାଇବ । ଶଶୁର ଘର ପକ୍ଷରୁ ଦ୍ବନ୍ଦ୍ବ ଯୋଗ ଥିଲେ ମଧୁର ସମ୍ପର୍କ ସୃଷ୍ଟି ହବ । ଏଥିପାଇଁ ଜୀବନ ସାଥୀଙ୍କର ପୂର୍ଣ୍ଣ ସହଯୋଗ ମିଳିବ।

ବୈବାହିକ ଜୀବନରେ ସମ୍ପର୍କ ମଧୁମୟ ହେବସହ ପରିବାରର ସଦସ୍ୟଙ୍କ ସହିତ ଓ ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ପରିବାର   ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ବର୍ଷସାରା ଭଲ ରହିବ ।

ଏବର୍ଷ 

ପରିବାରରେ କୌଣସି ବ୍ୟକ୍ତିଙ୍କର ନୂତନକର୍ମ ନିଯୁକ୍ତିର ଯୋଗ ରହିଛି। ନିଜର ପ୍ରଚେଷ୍ଟା ବଳରେ ନୂତନକର୍ମ ନିଯୁକ୍ତି ପାଇବାର ସୁଯୋଗ ରହିବ। ପରିବାରରେ ନିଜର ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ। ଅବିବାହିତ ଯୁବକ ଯୁବତୀମାନେ ଯଦି ପରିବାରର କୌଣସି ବ୍ୟକ୍ତିଙ୍କର ବିବାହ କରିବାର ଥାଏ ସେମାନେ ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ନୂତନ ସମ୍ପର୍କ ସୃଷ୍ଟିହୋଇ ସମାଜରେ ମାନ ସମ୍ମାନ ବୃଦ୍ଧି ହବ । ଯିଏ ଯେଉଁକ୍ଷେତ୍ରରେ କର୍ମ କରୁଛନ୍ତି,ସେମାନେ  ଅଚାନକ ଭାବରେ ପ୍ରସାର ହେବାର ସମ୍ଭାବନା ରହିଛି । ଏମାନଙ୍କର କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପଦୋନ୍ନତିରେ ସଫଳ ହେବାର ଯୋଗ ରହିଛି ।

 ୨୦୨୩ ମସିହାରେ ଗୋଚରନୁ ସାରେ ଷଷ୍ଠ ଭାବରେ ରାହୁ ରହୁଥିବାରୁ ରୋଗ, ଋଣ, ଶତୃ ନାଶକରିବା ସହ ଶାରୀରିକ ପୀଡା ମାନସିକ ପୀଡା ଦୂରେଇଯାଇ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନରେ ସନ୍ତୁଷ୍ଟ ରହିବ । ଏବର୍ଷ ଅଟକି ଯାଇଥିବା କାର୍ଯ୍ଯ ଧାର ଉଧାର ଦେଇଥିବା ଆଣିଥିବା ଅର୍ଥ ସହଜରେ ହସ୍ତଗତ ହେବାର ଯୋଗ ରହିଛି। କିନ୍ତୁ ଗ୍ରହରାଜ ଶନିଶ୍ଚରଙ୍କ ଚତୁର୍ଥ ସୁଖଭାବର ସ୍ଥିତି କିଛି ମାତ୍ରାରେ ଶାରୀରିକ ସମସ୍ୟା ଦେଖାଦେଇ ମାତାପିତାଙ୍କ ଉପରେ କିଛି ମାତ୍ରାରେ ସମସ୍ଯା ଆସିପାରେ ।

କୌଣସି ଶାରୀରିକ ସମସ୍ୟା ଆସିଲେ ଅବହେଳା ନ କରି ତାର ଉଚିତ୍ ପଦକ୍ଷେପ ନେବେ। ପିତାମାତାଙ୍କର ରାତିରେ ନିଦ୍ରାର ଅବାଭ ହବ, ଏମାନଙ୍କୁ ବାହାର ଖାଦ୍ୟପଦାର୍ଥ ଠାରୁ ଦୂରେଇ ରଖିବା ଉଚିତ୍ । ନିଜର ମାନସିକ ଅଶାନ୍ତ କାରଣରୁ ବ୍ୟବହାରକୁ ସଂଯମତା ରଖନ୍ତୁ। କୌଣସି ପ୍ରକାର ପରିସ୍ଥିତିରେ କିଛି ନ ବୁଝି ନ ସୁଝି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ ।


ପ୍ରତିକାର:-


୧-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

୨- ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ଅଶ୍ୱସ୍ଥ ବ୍ରୁଷ ମୂଳରେ ଧୂପଦେଇ ପ୍ରଣାମ କରନ୍ତୁ।

୩- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃଷ ଚାରିପଟେ ୭ଥର ପ୍ରଦକ୍ଷିଣ କରନ୍ତୁ।

୪- ପ୍ରତ୍ୟେକ ଦିନ ପାଣିରେ ଟିକେ ଲୁଣ କିଛି ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ ।

୫- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ମିଠା ବିସ୍କୁଟ ମିଠା ରୂଟି ଖାଇ ଖାଇବାକୁ ଦିଅନ୍ତୁ ।

୬- ପ୍ରତ୍ୟେକ ମଙ୍ଗଳବାର ଦିନ କିଛି ମିଠେଇ ହନୁମାନ ମନ୍ଦିରେ ଭୋଗ କରି ଛୋଟ ପିଲାମାନଙ୍କୁ ବାଣ୍ଟିବେ, ଏହିପରି କିଛିଦିନ କରିବେ।

୭- ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ରାଶିତେଲର ଦୀପଟିଏ ମହାବୀରଙ୍କ ମନ୍ଦିରରେ ଜାଳନ୍ତୁ।


Mahaveer Astrology

Pandit Nirakar Biswal

Plot No - MA 57, 

GGP Colony,

Rasulgarh,

Bhubaneswar 25,

Odisha,

Mob no 7978654981

              9438804434

No comments:

Post a Comment